ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଓଏଫ୍‌ଡିସି ସୁପରଭାଇଜର, ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଗିରଫ

ଝାରସୁଗୁଡା ଅଫିସ୍‌/ଲଖନପୁର,୫।୧୧(ଡି.ଏନ୍‌.ଏ)-ଝାରସୁଗୁଡା ଓଡିଶା ଫରେଷ୍ଟ୍‌ ଡେଭ୍‌ଲପ୍‌ମେଣ୍ଟ କର୍ପୋରେଶନ(ଓଏଫ୍‌ଡିସି)ସୁପରଭାଇଜର୍‌ ସୁମନ୍ତ ପାଇକରାୟ ଜଣେ କାଠ ବ୍ୟବସାୟୀଙ୍କ ନିକଟରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡିଛନ୍ତି। ତାଙ୍କ ନିକଟରୁ ୧୬ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏନେଇ କାଠ ବ୍ୟବସାୟୀ ଦୈତାରୀ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିିକରି ଭିଜିଲାନ୍ସ ମାମଲା ନଂ.୫୪/୧୯ରେ ରୁଜୁ କରି ତଦନ୍ତ ଚଳାଇଛି। ଏହି ଚଢାଉରେ ଝାରସୁଗୁଡା ଭିଜିଲାନ୍ସ ଡିଏସ୍‌ପି ଦୀଲିପ କୁମାର କର, ଇନ୍‌ସ୍ପେକ୍ଟର ପିକେ ଆଇନ୍ଦ୍‌,ସୁଧାଂଶୁ ଶେଖର ପୂଜାରୀ,ଅଭୟ ପ୍ରଧାନ, କେଏନ୍‌ କୁଜୁର, ତପସ୍ବିନୀ ସେଠ୍‌ ପ୍ରମୁଖ ଅଧିକାରୀ ସାମିଲ ଥିଲେ।

ସୂଚନାନୁଯାୟୀ, ବନବିଭାଗ ନିକଟରୁ ବ୍ୟବସାୟୀ ପ୍ରଧାନ ୧ଲକ୍ଷ ୨୫ହଜାର ଟଙ୍କାରେ କାଠ ଅକ୍ସନ୍‌ରେ ନେଇଥିଲେ। ଚାଲାଣ ଓ ପରିମିଟ୍‌ କରାଇଦେବାକୁ କହି ସୁମନ୍ତ ବ୍ୟବସାୟୀଙ୍କୁ ୨୫ହଜାର ଟଙ୍କା ଦାବି କରିଥିଲେ। ଏସମ୍ପର୍କରେ ବ୍ୟବସାୟୀଜଣଙ୍କ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶକ୍ରମେ ୍ଯଯବସାୟୀ ଜଣଙ୍କ ବଡମାଲସ୍ଥିତ ଓଏଫ୍‌ଡିସି କାର୍ଯ୍ୟାଳୟରେ ପହଞ୍ଚି ୨୫ହଜାର ପରିବର୍ତ୍ତେ ୧୬ହଜାର ଟଙ୍କା ସୁପରଭାଇଜର୍‌ଙ୍କୁ ଦେଇଥିଲେ। ଏହି ସମୟରେ ଚଢ଼ାଉ କରି ସୁପରଭାଇଜର୍‌ଙ୍କ ନିକଟରୁ ଭିଜିଲାନ୍ସ ବିଭାଗ ଲାଂଚ ଟଙ୍କା ଜବତ କରିଥିଲା ା