ଭିଜିଲାନ୍ସର ରେକର୍ଡପତ୍ର ଯାଞ୍ଚ: ସ୍ବୀକାର କଲେ ଅଧ୍ୟକ୍ଷ

ପୁରୀ ଅଫିସ,୧୯ା୧୦: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷ ଭଡା ବାବଦ ଆଦୟ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଛି। ଗତ ସେପ୍ଟେମ୍ବର ୧୧ରେ ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଶୁକ୍ରବାର ପୁରୀ ଦୁର୍ନୀତି ନିବାରଣ ସଂସ୍ଥା କଲେଜରେ ପହଞ୍ଚତ୍ ଯାଞ୍ଚ କରିଥିଲେ। ଏଥି ସମ୍ବନ୍ଧୀୟ ରେକର୍ଡପତ୍ର ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଛି। ଆଦାୟ ଅର୍ଥରେ ଅନିୟମିତତା ହୋଇଥିବା ପୁରୀ ଭିଜିଲାନ୍ସ ଡିଏସ୍‌ପି ହର ନାରାୟଣ ପତି କହିଛନ୍ତି। ଦୁଇଜଣ ପୂର୍ବତନ କିରାଣି ଏହି ଅର୍ଥ ତୋସରପାତ କରିଥିବା ଯାଞ୍ଚବେଳେ ଜଣାପଡିଛି। କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଅନିୟମିତତା ପ୍ରସଙ୍ଗକୁ ସ୍ବୀକାର କରିବା ସହ ୨ କିରାଣିଙ୍କଠାରୁ ୧ଲକ୍ଷ ୮୫ହଜାର ଟଙ୍କା ଆଦାୟ କରାଯାଇଥିବା କହିଛନ୍ତି। ଏ ସମ୍ପର୍କରେ ଆୟୁଷ ବିଭାଗକୁ ଚିଠି ଲେଖି ଜଣାଇଦିଆଯାଇଛି। ଏଥିରେ ସଂପୃକ୍ତ ଥିବା ଦୋଷୀ ଦଣ୍ଡ ପାଆନ୍ତୁ ବୋଲି ସେ କହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
ଭଡ଼ା ବାବଦ ଆଦାୟ ଅର୍ଥ ତୋସରପାତ ନେଇ ସୂଚନା ଅଧିକାର କର୍ମୀ ବଟକୃଷ୍ଣ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଏହି ଅନିୟମିତତା ସମ୍ପର୍କରେ ଆଇନଜୀବୀ ପ୍ରସନ୍ନ ଦାଶ ଭିଜିଲାନ୍ସ ଏସ୍‌ପି ଭୁବନେଶ୍ୱରଙ୍କ ନିକଟରେ ଅଭିଯୋଗ କରିଥିଲେ। ଆରଟିଆଇରୁ ମିଳିଥିବା ତଥ୍ୟରେ ଭଡ଼ା ବାବଦ ଆଦାୟ ଅର୍ଥରେ ଅନିୟମିତତା ହୋଇଥିବା ଧରାପଡିଥିଲା।