ଭିକ୍ଷା ମାଗି ପରିବାର ଚଳାଉଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୨୭।୨-ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଜଙ୍ଘରାଇ ପଞ୍ଚାୟତ ୨ନଂ. ୱାର୍ଡ଼ର ଦିବ୍ୟାଙ୍ଗ ସଞ୍ଜୟ ବୋର (୨୭) ଏଥିରୁ ବାଦ୍‌ ପଡ଼ିଛନ୍ତି। ସେ ଦିନସାରା ଭିକ୍ଷା ମାଗି ମିଳୁଥିବା ୫୦ରୁ ୧୦୦ ଟଙ୍କାରେ ପରିବାର ଭରଣପୋଷଣ କରୁଥିବା ଜଣାପଡ଼ିଛି। ବାରମ୍ବାର ଭିନ୍ନକ୍ଷମ ଭତ୍ତା, ଇନ୍ଦିରା ଆବାସ, ବିଜୁ ପକ୍କା ଘର ପାଇଁ ୪ବର୍ଷ ଧରି ଆବେଦନ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କର ଗୁହାରିକୁ ଗୁରୁତ୍ୱ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି।
୫ ବର୍ଷ ପୂର୍ବରୁ ସଞ୍ଜୟ ବାଡ଼ିରେ ଥିବା ଆମ୍ବଗଛରୁ ଆମ୍ବ ବିଛାଉଥିବା ବେଳେ ଆମ୍ବ ନଶି ଆଖିରେ ପଡ଼ିଯିବାରୁ ଆଖି ଦୁଇଟି ନଷ୍ଟ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ତଥା କଟକ ବଡ଼ ଡାକ୍ତରଖାନାର ଚକ୍ଷୁ ବିଭାଗରେ ବହୁ ଚିକିତ୍ସା କରିବା ପରେ ମଧ୍ୟ କିଛି ସୁଫଳ ମିଳିଲାନି। ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ୭୫ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ। ସେବେଠାରୁ ସେ ଭତ୍ତା ପାଇଁ ଲିଖିତ ଆବେଦନ କରିଆସୁଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ମିଳିପାରିନାହଁି। ଏପରିକି ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣି ଶିବିରରେ ଲିଖିତ ଦେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ସେହିପରି ସଞ୍ଜୟ ଇନ୍ଦିରା ଆବାସ, ବିଜୁ ପକ୍କାଘର, ମାଗଣା ବିଦ୍ୟୁତ୍‌ ସଂଯୋଗ ପାଇ ନ ଥିବାବେଳେ କେବଳ ଅନ୍ତ୍ୟୋଦୟ କାର୍ଡ଼ ମାଧ୍ୟମରେ ୩୫ କିଲୋଗ୍ରାମ୍‌ ଚାଉଳ ପାଉଥିଲେ। ଗତ ଜାନୁୟାରୀଠାରୁ ତାହା ବି ମିଳିବା ବନ୍ଦ ହୋଇଯାଇଛି। ପରିବାରରେ ଥିବା ବୃଦ୍ଧ ବାପା ଓ ସାନଭଉଣୀଙ୍କୁ ଚଳାଇବା ପାଇଁ କୌଣସି ଉପାୟ ନ ପାଇ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?