Posted inଫୁରସତ

ଭାଲୁ ଜୁଟାଇଲା ଏମିତି ସାହସ, ଶିକାର କରି ନ ପାରି ଫେରିଗଲା ବାଘ

ରାଜସ୍ଥାନର ରଣଥାମ୍ବୋର ନ୍ୟାଶନାଲ ପାର୍କରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପାର୍କର ୪ ନଂ ଜୋନ୍‌ରେ ଏକ ଭାଲୁକୁ ଶିକାର କରିବା ପାଇଁ ବାଘଟିଏ ଲୁଚି ରହିଥିଲା। ମାତ୍ର ଭାଲୁ ଏମିତି ସାହସ ଜୁଟାଇଲା ବାଘ ଶିକାର ନ କରି ନିରାଶରେ ଫେରିଗଲା। ବାଘଟି ଭାଲୁକୁ ଶିକାର କରିବ ବୋଲି ଏକ ଗଛ ନିକଟରେ ଲୁଚି ରହିଥିଲା। ଯାହା ପାର୍କରେ ଲାଗିଥିବା କ୍ୟାମେରାରୁ ଜଣାପଡ଼ିଛି। ବାଘଟି ଭାଲୁକୁ ଶିକାର କରିବା ପାଇଁ ହଠାତ୍‌ ଭାଲୁ ଉପରକୁ କୁଦା ମାରିଲା। କିନ୍ତୁ ଭାଲୁଟି ଉପସ୍ଥିତି ବୁଦ୍ଧି ଖଟାଇ ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଚଢ଼ିଗଲା। ତଥାପି ବାଘର ଆକ୍ରମଣ ନିଶା କମି ନ ଥିଲା। ସେ ମଧ୍ୟ ଭାଲୁ ପଛରେ ଗଛ ଉପରକୁ ଲମ୍ଫ ପ୍ରଦାନ କଲା। ବାଘକୁ ଦେଖି ଭାଲୁ ପ୍ରତି ଆକ୍ରମଣ କରିବାକୁ ସାହସ ଜୁଟାଇଲା। ଭାଲୁର ଆକ୍ରମଣାତ୍ମକ ଭଙ୍ଗୀ ଦେଖି ବିଚରା ବାଘଟି ନିରାଶରେ ଫେରି ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri