ଭାଲୁ ଆକ୍ରମଣରେ ମହିଳା ଆହତ

ସମ୍ବଲପୁର,୧୮।୫(ବ୍ୟୁରୋ): ସମ୍ବଲପୁର ଧମା ରେଞ୍ଜ କେଶାପାଲି ସେକ୍ସନ ଗହୀରପାଲି ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଉକ୍ତ ଗଁ।ର ସାବିତ୍ରୀ ପଟେଲ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେହି ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଆହତ ଅବସ୍ଥାରେ ସାବିତ୍ରୀଙ୍କୁ ଉଦ୍ଧାର କରାଯାଇ ଜୁଜୁମୁରା ସିଏଚ୍‌ସିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।