ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୩୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ମାରୁଢିପ ଗାଁରେ ଭାଲୁ ଆକ୍ରମଣରେ ଗୁରୁବାର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ମାରୁଢିପ ଗାଁର ଅଚ୍ୟୁତ ମାଝି (୪୧)। ସୂଚନାଯୋଗ୍ୟ, ଉକ୍ତ ଗଁାର ଅଚ୍ୟୁତ ମାଝି ଗୁରୁବାର ସକାଳୁ ଶୈାଚ ହେବାକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୋଳ ଜିଲାମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ଭାଲୁର ନଖ ପଶିବାରୁ ଅଚ୍ୟୁତଙ୍କ ବେକରେ ଗଭୀର ଆଘାତ ଲାଗଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ଖବରପାଇ ବନବିଭାଗ ଫରେଷ୍ଟର କଳାକର ପ୍ରଧାନ ଓ କର୍ମଚାରୀମାନେ ପହଁଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।