ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଉଦଳା,୪ା୧୧(ଡି.ଏନ୍‌.ଏ.)- ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଉଦଳା ବ୍ଲକ ଖଲାଡି ପଞ୍ଚାୟତ ଅଧୀନ ଶିରିପୁର ଗ୍ରାମର ପ୍ରଭାକର ଦେହୁରୀ(୫୫)। ରବିବାର ସେ ଛେଳି ନେଇ ନିକଟସ୍ଥ ହୁଡିକୁ ଚରାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିସତ୍ା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବନବିଭାଗ ପକ୍ଷରୁ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବା ନିମନ୍ତେ ଦାବି ହୋଇଛି।