ଭାରିଯାନ କବ୍‌ଜାରେ ୫ନଂ.(କ) ଜାତୀୟ ରାଜପଥ : ନିୟମ ବାହାରେ କ୍ଷମତାଶାଳୀଙ୍କ ଗାଡ଼ି

ପାରାଦୀପ,୧୨ା୮(ସ୍ବ.ପ୍ର.): ପାରାଦୀପ ଚଣ୍ଡିଖୋଲ ୫ନଂ.(କ) ଜାତୀୟ ରାଜପଥରେ ଶୃଙ୍ଖଳିତ ଭାବେ ଭାରିଯାନ ଚଳାଚଳ ନିମେନ୍ତ ପ୍ରଶାସନ ଓ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ମଧ୍ୟରେ ଆଲୋଚନା ହୋଇ ନିର୍ଦ୍ଦିଷ୍ଟ ନିୟମ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଟ୍ରକ୍‌ ରାସ୍ତାର ବାମ ପାର୍ଶ୍ୱରେ ଧାଡ଼ିରେ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଯିବେ ଓ କେହି କାହାକୁ ଅତିକ୍ରମ କରିବେ ନାହିଁ। ଏହାକୁ ଜେସିସି ପକ୍ଷରୁ ଟ୍ରକ୍‌ ମାଲିକମାନେ ପ୍ରତିଦିନ ୨୪ଘଣ୍ଟା ପାଳି କରି ତଦାରଖ କରିବେ। ଯେଉଁ ଗାଡି ଧାଡ଼ି ଭାଙ୍ଗି ଓଭର ଟେକ୍‌ କରିବ ସେହି ଟ୍ରକ୍‌ର ନମ୍ବରକୁ ପାରାଦୀପ ବନ୍ଦର ଟ୍ରାଫିକ ବିଭାଗକୁ ଦିଆଯିବ। ସମ୍ପୃକ୍ତ ଟ୍ରକ୍‌ ୭ଦିନ ପାଇଁ କଳା ତାଲିକାଭୁକ୍ତ ହେବ। ଏହି ନିୟମ ଲାଗୁ ହେବା ପରେ ଟ୍ରାଫିକ ବ୍ୟବସ୍ଥା ଗତ ବର୍ଷେ ହେଲା ଶୃଙ୍ଖଳିତ ହୋଇଥିଲା। ନିୟମ ଉଲ୍ଲଂଘନ କରି ବହୁ ଗାଡି କଳା ତାଲିକାଭୁକ୍ତ ହୋଇଥିଲେ। କିନ୍ତୁ ରାଜ୍ୟର ଜଣେ କ୍ଷମତାଶାଳୀ ପ୍ରଶାସକଙ୍କ ପାଇଁ ଏହି ନିୟମ ଲାଗୁ ହେଉନାହିଁ। ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟରେ ଥିବା ୩୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ରାସ୍ତାରେ ଚଳାଚଳ କରିବା ପାଇଁ ନିୟମକୁ କୋହଳ କରାଯାଇଛି। ଅର୍ଥାତ୍‌ ସମ୍ପୃକ୍ତ ଟ୍ରାନ୍ସପୋର୍ଟର ଗାଡି ଧାଡ଼ିରେ ଆସୁନାହିଁ। ୩୦୦ ପେଲେଟ୍‌ ବୋଝେଇ ଟ୍ରକ୍‌ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ଲାଇନ କାଟି ସିଧା ପାରାଦୀପ ବନ୍ଦରକୁ ପ୍ରବେଶ କରିବା ପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ନିୟମ କରାଯାଇଛି। ଏଥିଯୋଗୁ ଆଗଧାଡ଼ିର ଅନ୍ୟ ଟ୍ରକ ମାଲିକ ସଂଘର ଗାଡ଼ି ମଧ୍ୟ ବେଳେବେଳେ ଧାଡ଼ି ଭାଙ୍ଗି ପଣ୍ୟ ପରିବହନ କରୁଛନ୍ତି। ପରିଣାମ ସ୍ବରୂପ ଟ୍ରାଫିକ ଜାମ୍‌ ହୋଇ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାରାଦୀପରୁ ଭୁତମୁଣ୍ଡାଇ ପର୍ଯ୍ୟନ୍ତ ୪ଲେନ୍‌ ବିଶିଷ୍ଟ ରାଜପଥର ଗୋଟିଏ ପାର୍ଶ୍ୱ ଶନିବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ମାଲବୋଝେଇ ଟ୍ରକ୍‌ ଯୋଗୁ ବନ୍ଦ ହୋଇଯାଇଥିଲା। ଏପରି ଅବସ୍ଥା ପ୍ରଶାସନ ଓ ଜେସିସି (ଜଏଣ୍ଟ କୋଅର୍ଡିନେଶନ କମିଟି) ପକ୍ଷରୁ କରାଯାଇଥିବା ଧାଡ଼ିରେ ଗାଡ଼ି ନିୟମକୁ ପ୍ରହସନରେ ପରିଣତ କରିଛି। ସୂଚନାଯୋଗ୍ୟ, ଏହି ରାସ୍ତାରେ ପାରାଦୀପ ବନ୍ଦର ଓ ୧୪ଟି ବୃହତ ଶିଳ୍ପ ସଂସ୍ଥାକୁ ଦୈନିକ ୮ରୁ ୯ ହଜାର ଭାରିଯାନ ଚଳାଚଳ କରୁଛି। ସେଥିରୁ ସିଂହଭାଗ ହେଉଛି କୋଇଲା ଓ ଲୁହାପଥର ପରିବହନ କରୁଥିବା ଟ୍ରକ୍‌। ଟ୍ରକ୍‌ଗୁଡିକ ଚଣ୍ଡିଖୋଲଠାରୁ ପାରାଦୀପ ପର୍ଯ୍ୟନ୍ତ ଆସିବାବେଳେ ଶୀଘ୍ର ପହଞ୍ଚତ୍ବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚଳାଇଥାନ୍ତି। ଏହା ଦ୍ୱାରା ରାସ୍ତାର ଗୋଟିଏ ପାର୍ଶ୍ୱ ଟ୍ରକ୍‌ ଦ୍ୱାରା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଏ। ଏପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗତବର୍ଷ ପ୍ରଶାସନ ଓ ପାରାଦୀପରେ ଥିବା ୩ ଟ୍ରକ୍‌ ମାଲିକଙ୍କୁ ନେଇ ଗଠିତ ଜେସିସି ମଧ୍ୟରେ ଆଲୋଚନା ହୋଇ ସମାଧାନ ନିମନ୍ତେ ଧାଡ଼ିରେ ଗାଡ଼ି ନିୟମ କରାଯାଇଥିଲା। ଅନ୍ୟପକ୍ଷରେ କେତେକ ଟ୍ରକ ମାଲିକଙ୍କ ଗାଡିକୁ ଜେସିସିର କର୍ମକର୍ତ୍ତା ଜାଣିଶୁଣି କଳାତାଲିକାଭୁକ୍ତ କରିବାକୁ ଉଦ୍ୟମ କରିବାରୁ ବିବାଦ ଘନେଇଛି। ଏମିତି ଦ୍ୱନ୍ଦ୍ୱ ଭିତରେ ଧାଡ଼ିରେ ଗାଡ଼ି ଗଡ଼ିବା ନିୟମ ଉଲ୍ଲଂଘନ ହେଉଛି। ଏପରି ନିୟମ ଭାଙ୍ଗିବା ଯୋଗୁ ଗତ ମାସରେ କେବଳ ମାର୍ଶାଘାଇ ଥାନା ଅଞ୍ଚଳରେ ଦୁର୍ଘଟଣା ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଧାଡ଼ି ଭାଙ୍ଗି ରାସ୍ତା ଜାମ କରିବା ଘଟଣାକୁ ନିନ୍ଦା କରିଛନ୍ତି ଯୁବ ସଙ୍ଗଠକ ଶ୍ରୀକାନ୍ତ ପରିଡ଼ା। ରାସ୍ତାରେ ଗାଡ଼ି ମାଲିକମାନେ ସେମାନଙ୍କ ସ୍ବାର୍ଥ ପାଇଁ ଭିଡ଼ କରିବାରୁ ସାଧାରଣ ଲୋକେ ହୀନସ୍ତା ହେଉଥିବା ସେ କହିଛନ୍ତି। ଶନିବାର ରାସ୍ତା ଭିଡ଼ ପ୍ରସଙ୍ଗରେ ଜେସିସିର ଜଣେ ଆଗଧାଡ଼ିର ସଭ୍ୟ ପ୍ରକାଶ କୁମାର ଜେନା କହିଛନ୍ତି ଯେ, କେତେକ ଗାଡ଼ି ଧାଡ଼ି ଭାଙ୍ଗିବାରୁ କିଛି ସମୟ ଭିଡ଼ ହୋଇଥିଲା। ଜେସିସି ସଭ୍ୟମାନେ ସନ୍ଧ୍ୟାସୁଦ୍ଧା ପହଞ୍ଚତ୍ ରାସ୍ତା ମୁକ୍ତ କରିଥିଲେ। ଏ ସମ୍ପର୍କରେ ଏଏସ୍‌ପି ବିଷ୍ଣୁ ଚରଣ ମିଶ୍ର କହିଛନ୍ତି ଯେ, ଟ୍ରକ ମାଲିକଙ୍କ ସୁବିଧା ପାଇଁ ଏହି ନିୟମ କରାଯାଇଥିଲା। ସେମାନେ ଯଦି ରାସ୍ତା ଜାମ କରି ଅନ୍ୟମାନଙ୍କୁ ହଇରାଣ କରିବେ ତା’ହେଲେ ପୋଲିସ ତା’କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri