Categories: ଜାତୀୟ

ଭାରତ ରତ୍ନ ପାଇବେ ପ୍ରଣବ

ନୂଆଦିଲ୍ଲୀ,୮।୮: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବେ। ପାଞ୍ଚ ଦଶକ ଧରି ରାଜନୀତିରେ ସକ୍ରିୟ ଥିବା ପ୍ରଣବ କଂଗ୍ରେସ ଶାସନ କାଳରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି ନରସିଂହରାଓ ଓ ମନମୋହନ ସିଂଙ୍କ ଶାସନ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିଲେ। ୮୩ ବର୍ଷୀୟ ପ୍ରଣବ ୨୦୧୨-୨୦୧୭ ପର୍ଯ୍ୟନ୍ତ ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୯-୨୦୧୨ ପର୍ଯ୍ୟନ୍ତ ଭାରତର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ପ୍ରଣବ। ସଭିଙ୍କ ପ୍ରିୟ ‘ପ୍ରଣବ ଦା’ ଭାରତ ରତ୍ନ ପାଇବା ପରେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share