Categories: ଜାତୀୟ

ଭାରତ ମହାସାଗର ଅଞ୍ଚଳରେ ମୋଦିଙ୍କ ଶାନ୍ତି ପ୍ରୟାସ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୯।୬: ଭାରତ ମହାସାଗର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ନୂଟନୀତି। ମୋଦି ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହିତ ସମ୍ପର୍କ ବଢ଼ାଇବାର ଯୋଜନା କରିଛନ୍ତି। ମାଳଦ୍ୱୀପରେ ଗତ ବର୍ଷ ଚାଇନାର ପତିଆରା ବୃଦ୍ଧି ପାଉଥିଲା। ତେବେ ଏଠାରେ ନିର୍ବାଚନ ପରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଚାଇନାର ଗୁରୁତ୍ୱହ୍ରାସ ଲାଗି ମୋଦି ମାଳଦ୍ୱୀପ ଗସ୍ତ କରିଛନ୍ତି। ଏହି ଶାନ୍ତି ପ୍ରୟାସ ଦ୍ୱାରା ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଶ୍ରୀଲଙ୍କାରେ ଇଷ୍ଟର ସମୟରେ ହୋଇଥିବା ବିସ୍ଫୋରଣ ମୋଦିଙ୍କ ଆତଙ୍କବାଦ ବିରୋଧ କାର୍ଯ୍ୟକ୍ରମ ଲାଗି ନୂଆ କ୍ଷେତ୍ର ସୃଷ୍ଟି କରିଛି। ଶ୍ରୀଲଙ୍କାକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ୍‌ କରିବା ପାଇଁ ମୋଦିଙ୍କ ଗସ୍ତ ଏକ ସୁଯୋଗ ଆଣିଦେବ ବୋଲି କୂଟନୈତିଜ୍ଞ ମତପୋଷଣ କରିଛନ୍ତି।

Share