Posted inଖେଳ

‘ଭାରତ ବିନା ଟେଷ୍ଟ କ୍ରିକେଟ ତିଷ୍ଠିବ ନାହିଁ’

ଚଣ୍ଡିଗଡ଼, ୧୪।୫:କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ଟେଷ୍ଟ କ୍ରିକେଟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଚିନ୍ତା ପ୍ରକଟ କରିବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ଏହାର ପୁନରୁଦ୍ଧାରରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଅନୁଭବ କରୁଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଭାରତୀୟ କ୍ରିକେଟ କୋଚ୍‌ ଗ୍ରେଗ୍‌ ଚାପେଲ। ”ଭାରତ ଯେଉଁଦିନ ଦୃଷ୍ଟି ହଟାଇନେବ ସେହିଦିନ ଟେଷ୍ଟ କ୍ରିକେଟର ଅନ୍ତ ଘଟିବ। ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟତୀତ ଅନ୍ୟ କୌଣସି ଦଳ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ଟେଷ୍ଟ କ୍ରିକେଟକୁ ଆଗକୁ ନେଉଥିବା ମୁଁ ଦେଖି ପାରୁନାହିଁ“ ବୋଲି ଚାପେଲ କହିଛନ୍ତି। ଟି୨୦ କ୍ରିକେଟକୁ ସେ ବିରୋଧ କରୁନାହାନ୍ତି। ଏହା ଲୋକପ୍ରିୟ ହୋଇପାରିଛି। ତେବେ ଟେଷ୍ଟ କ୍ରିକେଟ କ୍ଷେତ୍ରରେ ଆର୍ଥିକ ସମସ୍ୟା ବଢ଼ିବଢ଼ି ଚାଲିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟ ହିଁ ମୁଖ୍ୟ ବୋଲି କିଛିଦିନ ତଳେ କହିଥିଲେ। ଫଳରେ ଏହା ହୃତଗୌରବ ଫେରିପାଇବା ଆଶା ରହିଛି ବୋଲି ଚାପେଲ ପ୍ରକାଶ କରିଛନ୍ତି ।
ପ୍ରକାଶଯୋଗ୍ୟ ଯେ, ଭାରତର ମୁଖ୍ୟ କୋଚ୍‌ଭାବେ ଚାପେଲଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ବିବାଦପୂର୍ଣ୍ଣ ରହିଥିଲା। ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କ ପୁସ୍ତକ ‘ପ୍ଲେଇଂ ଇଟ୍‌ ମାଇଁ ୱେ’ରେ ଲେଖିଛନ୍ତି ଯେ, ଚାପେଲ ଜଣେ ରିଙ୍ଗ୍‌ମାଷ୍ଟର। ନିଜ ଭାବନାକୁ ସେ ସର୍ବଦା ପିଲାଙ୍କ ଉପରେ ଲଦି ଦିଅନ୍ତି। ସେଥିରେ ଖେଳାଳି ଜଣକ ସହଜ ଅନୁଭବ କରୁଛି କି ନାହିଁ ତାହା ଚିନ୍ତା କରି ନ ଥାନ୍ତି। ତେବେ ଚାପେଲଙ୍କ କାର୍ଯ୍ୟକାଳ ପୂର୍ବରୁ ଭାରତ ରନ୍‌ଚେଜ୍‌ କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ଥିଲା। ସେ ୧ ବର୍ଷ କାର୍ଯ୍ୟ କରିବାପରେ ଭାରତ ଦ୍ୱିତୀୟରେ ବ୍ୟାଟିଂ କରି କ୍ରମାଗତ ୧୭ଟି ମ୍ୟାଚରେ ବିଜୟୀ ହୋଇଥିଲା। ତାଙ୍କ ସମୟରେ ଭାରତ ଦୀର୍ଘ ୩୫ ବର୍ଷ ବ୍ୟବଧାନରେ ୨୦୦୬ରେ ୱେଷ୍ଟଇଣ୍ଡିଜ ମାଟିରେ ଏକ ଟେଷ୍ଟ ସିରିଜ ଜିତିଥିଲା। ସେହିବର୍ଷ ଭାରତ ଦକ୍ଷିଣ ଆଫ୍ରିକାରେ ନିଜର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା। ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେଷ୍ଠ ଫିନିଶର କରି ଗଢ଼ି ତୋଳିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?