Categories: ଜାତୀୟ

ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି: ହସିନାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୫।୧୦: ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପୁଣି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହସିନାଙ୍କ ସହିତ ଶନିବାର ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ଦୁଇଦେଶ ମଧ୍ୟରେ  ୭ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଥିବାବେଳେ ୩ଟି ପରିଯୋଜନା ନେଇ ସହମତି ପ୍ରକାଶ ପାଇଛି। ଦୁଇ ନେତାଙ୍କ ମଥଧ୍ୟରେ ତିସ୍ତା ନଦୀ ଜଳବଣ୍ଟନ ତଥା ରୋହିଙ୍ଗ୍ୟା ସମସ୍ୟା ନେଇ ଆଲୋଚନା ହେବାର ଆଶା ରହିଛି।

Share