ଭାରତ ପାଇଁ ଖୁସି ଖବର: ପ୍ରଥମଥର ପାଇଁ ୮ ଦିନ ମଧ୍ୟରେ ୨୦ ପ୍ରତିଶତ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଇତିମଧ୍ୟରେ ଗତ ୮ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଏପ୍ରିଲ୍‌ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୫ ଥିବାବେଳେ ଏପ୍ରିଲ୍‌ ୬ରେ ଏଥିରେ ୨୦ ପ୍ରତିଶତ କମ୍‌ ହୋଇଛି। ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୯ରେ ସୀମିତ ରହିଛି। ଲକ୍‌ଡାଉନ୍‌ ସହିତ ଦେଶର କେତେକ ଅଞ୍ଚଳରେ ଶଟ୍‌ଡାଉନ୍‌ ଯୋଗୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମୁଛି। ଏହି ଧାରା ଜାରି ରହିଲେ ଭାରତ କରୋନାକୁ ପରାଜିତ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।

Share