ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ଷ୍ଟାଡିୟମ୍‌ରେ ପହଞ୍ଚିଛନ୍ତି। ନିର୍ଣ୍ଣାୟକ ମୁକାବିଲା ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ରହିଛନ୍ତି।