Categories: ଖେଳ

ଭାରତ ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ ସିରିଜ : ମନୀଷ, ଆୟାର ଅଧିନାୟକ

ମୁମ୍ବାଇ, ୨୦ା୮(ପି.ଟି.)- ଚଳିତମାସ ୨୯ ତାରିଖରେ ଥିରୁଭାନନ୍ତପୁରମଠାରେ ଭାରତ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚରେ ମନୀଷ ପାଣ୍ଡେ ଭାରତ‘ଏ’ର ଅଧିନାୟକ ରହିବେ। ପରବର୍ତ୍ତୀ ୨ଟି ମ୍ୟାଚରେ ଶ୍ରେୟାସ ଆୟାର ନେତୃତ୍ୱ ବହନ କରିବେ। ଉଦୀୟମାନ ପ୍ରତିଭା ଶୁବମନ ଗିଲ ଉଭୟ ଅଧିନାୟକଙ୍କ ଅଧିନରେ ଖେଳିବେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର, ଅନମୋଲପ୍ରୀତ ସିଂ, ରିକି ଭୁଇ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ ଓ ନୀତୀଶ ରାଣା ମଧ୍ୟ ସୁଯୋଗ ପାଇଛନ୍ତି। ମନୀଷଙ୍କ ନେତୃତ୍ୱାଧୀନ ଦଳରେ ଇଶାନ କିଷନ ଉଇକେଟ କିପର ଦାୟିତ୍ୱ ସମ୍ଭାଳିବେ। ଆୟାରଙ୍କ ଅଧିନାୟକତ୍ୱରେ ସଞ୍ଜୁ ସାମସନ ଷ୍ଟମ୍ପ୍ସ ପଛରେ ଦାୟିତ୍ୱ ନିର୍ବାହ କରିବେ। ପ୍ରଥମ ତିନୋଟି ମ୍ୟାଚରେ ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଖେଳିବେ। ମ୍ୟାଚ ଗୁଡ଼ିକ ଥିରୁଭାନନ୍ତପୁରମଠାରେ ଅଗଷ୍ଟ ୨୯, ୩୧, ସେପ୍ଟେମ୍ବର ୨, ୪ ଓ ୮ ତାରିଖରେ ଅନୁଷ୍ଠିତ ହେବ। ଜାତୀୟ ସିନିୟର ଚୟନ କମିଟି ବୈଠକ ବସି ଏହି ଦୁଇ ଦଳ ମନୋନୟନ କରାଯାଇଛି।
ମନୀଷଙ୍କ ନେତୃତ୍ୱରେ ଭାରତ ‘ଏ’: ମନୀଷ ପାଣ୍ଡେ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଅନମୋଲପ୍ରୀତ ସିଂ, ରିକି ଭୁଇ, ଇଶାନ କିଷନ(ଉଇକେଟ କିପର), ବିଜୟ ଶଙ୍କର, ଶିଭମ୍‌ ଦୁବେ, କୃନାଲ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଖଲୀଲ ଅହମ୍ମଦ, ନୀତୀଶ ରାଣା।
ଆୟାରଙ୍କ ନେତୃତ୍ୱରେ ଭାରତ ‘ଏ’: ଶ୍ରେୟାସ ଆୟାର(ଅଧିନାୟକ), ଶୁବମନ ଗିଲ, ପ୍ରଶାନ୍ତ ଚୋପ୍ରା, ଅନମୋଲପ୍ରୀତ ସିଂ, ରିକି ଭୁଇ, ସଞ୍ଜୁ ସାମସନ(ଉଇକେଟ କିପର), ନୀତୀଶ ରାଣା, ବିଜୟ ଶଙ୍କର, ଶିଭମ୍‌ ଦୁବେ, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରାହୁଲ ଚହର, ଶାର୍ଦ୍ଦୁଳ ଠାକୁର, ତୁଷାର ଦେଶପାଣ୍ଡେ, ଇଷାନ ପୋରେଲ।

Share