Categories: ଖେଳ

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌: କାର୍ଯ୍ୟସୂଚୀରେ ହେବ ନାହିଁ ପରିବର୍ତ୍ତନ

ସିଡ୍‌ନୀ,୨୯।୧୨: ଭ୍ରମଣକାରୀ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀରେ ହେବ ନାହିଁ କୌଣସି ପରିବର୍ତ୍ତନ। କୋଭିଡ୍‌-୧୯ ଯୋଗୁ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡ୍‌ନୀ ପରିବର୍ତ୍ତେ ମେଲବୋର୍ନଠାରେ ଆୟୋଜିତ ହେବା ନେଇ ସମ୍ଭାବନା ଦେଖାଦେଇଥିଲା। ହେଲେ ଏଥିରେ ପୂର୍ଣ୍ଣଛେଦ ଟାଣିଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)।

ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡ୍‌ନୀଠାରେ ହିଁ ଖେଳାଯିବ। କୋଭିଡ୍‌-୧୯ ପାଣ୍ଡେମିକ୍‌ ସତ୍ତ୍ୱେ ମୁଁ ଖୁସିର ସହ ଘୋଷଣା କରିବାକୁ ଚାହେଁ ପୁରୁଷ ଅନ୍ତର୍ଜାତୀୟ ସିରିଜ୍‌ର କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସିଇଓ ନିକ୍‌ ହକଲି କହିଛନ୍ତି। ଖ୍ରୀଷ୍ଟମସ ପୂର୍ବରୁ ସିଡ୍‌ନୀର ଉତ୍ତରାଞ୍ଚଳର ଉପକୂଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଯଥେଷ୍ଠ ବୃଦ୍ଧି ଦେଖିବାକୁ ମିଳିଛି। ଏହି କାରଣରୁ ରାଜ୍ୟରେ ପୁଣି ଥରେ ଲାଗୁ ହୋଇଛି କରୋନା କଟକଣା। ଏହାକୁ ଦୃଷ୍ଟିରେ ରଖି ମେଲବୋର୍ନ ଗ୍ରାଉଣ୍ଡକୁ ତୃତୀୟ ଟେଷ୍ଟ ପାଇଁ ବିକଳ୍ପ ଭେନ୍ୟୁ ଭାବେ ରଖାଯାଇଥିଲା।

Share