Posted inଜାତୀୟ

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବା ଜଣାପଡ଼ିଛି। ଏହି ପଦବୀଗୁଡ଼ିକ ମିଲିଟାରୀ ପୋଲିସ ବିଭାଗରେ ଖାଲି ପଡ଼ିଛି। ସେନାରେ ୧୯୯୦ଠାରୁ ମହିଳାଙ୍କୁ ନିଯୁକ୍ତି ମିଳୁଛି। ଇତିମଧ୍ୟରେ ସ୍ଥଳସେନାରେ ୧,୫୬୧ ମହିଳା ଅଫିସର ଥିବାବେଳେ ନୌସେନାରେ ୪୮୯ ଏବଂ ବାୟୁସେନାରେ ୧,୬୧୦ ଅଫିସର ଅଛନ୍ତି। କେତେକ ସ୍ବତନ୍ତ୍ର ବ୍ରାଞ୍ଚ୍‌ରେ ମହିଳାଙ୍କୁ ସମ୍ପୂର୍ଣ୍ଣ ସମୟ ଭିତ୍ତିକ ନିଯୁକ୍ତି ମଧ୍ୟ ମିଳୁଛି। ତେବେ ଯୁଦ୍ଧପୋତ, ବୁଡ଼ାଜାହାଜ, ସ୍ଥଳସେନାର ଗୋଳାବାରୁଦ ବାହିନୀ କ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତ କରାଯାଉନାହିଁ। ବାୟୁସେନାରେ ସେମାନଙ୍କୁ ପରୀକ୍ଷାମୂଳକ ଭାବେ ଯୁଦ୍ଧ ବିମାନ ଉଡ଼ାଇବାର ତାଲିମ୍‌ ଦିଆଯାଉଛି। ଇତିମଧ୍ୟରେ ଏଭଳି ୬ଥର ତାଲିମ୍‌ ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାରେ ଶହେ ଜଣ ମହିଳା ହେଲିକପ୍ଟର ପାଇଲଟ୍‌ ଅଛନ୍ତି। ଏବେ ନୌସେନାର ପ୍ରଥମ ବ୍ୟାଚ୍‌ ପାଇଲଟ୍‌ଙ୍କୁ ତାଲିମ୍‌ ଦିଆଯାଉଛି। ସେନାରେ ୯୭୫ ମହିଳା ଡାକ୍ତର, ୧୩୦ ଡେଣ୍ଟିଷ୍ଟ୍‌ ଏବଂ ୩,୮୦୦ ନର୍ସ କାର୍ଯ୍ୟ କରୁଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ…

ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…

ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ…

ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ…

ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଚେତାବନୀ, ପରିସ୍ଥିତି ଗମ୍ଭୀର କହି…

ନୂଆଦିଲ୍ଲୀ/ତେହରାନ,୨୩ା୨: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ…

ବିଧାନସଭାରେ ନିଆରା ଦୃଶ୍ୟ: ନବୀନଙ୍କ ସହ ଭେଟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଉ ତା’ ପରେ…

ଭୁବନେଶ୍ୱର,୨୩ା୨: ସୋମବାର ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭେଟ…

ଟଙ୍କା ଖାଇଗଲେ ଦଲାଲ-ବୁଝିଲାନି ପ୍ରଶାସନ, ଦଶା ଭୋଗୁଛନ୍ତି ବିଧବା

ବୁଗୁଡ଼ା,୨୩।୨(କାଳିଚରଣଦାଶ): ଗଂଜାମ ଜିଲା ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ବିଧବା ଦମୟନ୍ତୀଙ୍କ ପାଇଁ ଏବେ ଆବାସ ପାଲଟି ଯାଇଛି ସାତ ସପନ ।…

ଦାନ ବାକ୍ସରୁ ମିଳିଲା ଅଜବ ଚିଠି, ‘ଶାଶୁଙ୍କଠାରୁ ମୁକ୍ତି ଦିଅ, ତାଙ୍କୁ ଶୀଘ୍ର ନେଇଯାଅ’

ବେଙ୍ଗାଲୁରୁ,୨୩।୨: ସାଧାରଣତଃ ଲୋକମାନେ ମନ୍ଦିରକୁ ଯାଇ ସେମାନଙ୍କ ପରିବାରର ଦୀର୍ଘ ଜୀବନ, ​​ସୁସ୍ଥତା କିମ୍ବା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । କିନ୍ତୁ କେହି କାହା ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri