Categories: ଖେଳ

ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଲେ କୋହଲି

ନୂଆଦିଲ୍ଲୀ,୫ା୩(ପି.ଟି.)- ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଏହି ଅବସରରେ ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ପୁରୁଷ ଦଳର ଅଧିନାୟକ ବିରାଟ କୋହଲି। ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା। ଆମେ ତୁମ ପାଇଁ ଗର୍ବିତ। ଫାଇନାଲ ପାଇଁ ଶୁଭକାମନା ବୋଲି କୋହଲି ଟୁଇଟ୍‌ କରିଛନ୍ତି। ଏଥିସହ ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ତାଲିକାରେ ଭିଭିଏସ୍‌ ଲକ୍ଷ୍ମଣ, ପୂର୍ବତନ ମହିଳା ଦଳର ଅଧିନାୟିକା ମିଥାଲି ରାଜ, ଝୁଲନ ଗୋସ୍ବାମୀ ମଧ୍ୟ ରହିଛନ୍ତି।

Share