Categories: ରାଜ୍ୟ

ଭାରତୀୟ ନୌସେନା ଚିଲିକା ପକ୍ଷରୁ କାର୍‌ଗିଲ ବିଜୟ ଦିବସ

ବାଲୁଗାଁ,୨୫ା୭(ଡି.ଏନ.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ତରଫରୁ ବୁଧବାର କାର୍‌ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ବିଜୟ ଦିବସର ୨୦ବର୍ଷ ପୂର୍ତ୍ତି ଅବସରରେ ଦେଶର ସୁରକ୍ଷା ନିମନ୍ତେ ତଟରକ୍ଷୀ କ୍ଷେତ୍ରରେ ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କୁ ସଚେତନ ପାଇଁ ନୌସେନା ପକ୍ଷରୁ ଏକ ସାଇକେଲ ଚାଳନା ଶୋଭାଯାତ୍ରା ବାହାରିଥିଲା । ନାଭାଲ ମୁଖ୍ୟ କମାଣ୍ଡର ଋତୁରାଜ ସାହୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ୨୦୦ରୁ ଊର୍ଦ୍ଧ୍ୱ ନାଭାଲ କର୍ମଚାରୀ ଓ ନାବିକ ଶୋଭାଯାତ୍ରାରେ ତାଲିମ କେନ୍ଦ୍ରରୁ ବାହାରି ବାଣପୁରସ୍ଥିତ ନେହେରୁ ସେବା ସଦନଠାରେ ପହଞ୍ଚତ୍ଥିଲେ । ସେଠାରେ ଅନ୍ତେବାସୀଙ୍କୁ ଦେଶର ସୁରକ୍ଷା ପାଇଁ ନିୟୋଜିତ ହେବାକୁ ପ୍ରବର୍ତ୍ତାଇବା ସହ ସଚେତନତାମୂଳକ ବହି ଓ ଅନ୍ୟାନ୍ୟ ପତ୍ରିକା ପ୍ରଦାନ କରିଥିଲେ । ଶୋଭାଯାତ୍ରା ବାଲୁଗଁ। ମହାବିଦ୍ୟାଳୟଠାରେ ପହଞ୍ଚତ୍ବା ପରେ ସେଠାରେ ମତ୍ସ୍ୟଜୀବୀ, ବାଲୁଗଁ। ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ଛାତ୍ରୀଛାତ୍ରଙ୍କୁ ନେଇ ପରିବେଶ, ତଟରକ୍ଷା କ୍ଷେତ୍ରରେ ଜ୍ଞାନ ଦେବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ କାର୍‌ଗିଲ ଯୁଦ୍ଧର ସୈନ୍ୟଙ୍କ ଦେଶପ୍ରତି ବଳିଦାନର ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଜିଲା ପ୍ରଶାସନିକ ଅଧିକାରୀ, ମତ୍ସ୍ୟ ବିଭାଗ ଓ ସ୍ଥାନୀୟ ପୋଲିସ୍‌ ଏଥିରେ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ମହାବିଦ୍ୟାଳୟ ପରିସରରେ ନୌସେନା କର୍ମଚାରୀଙ୍କ ଦ୍ୱାରା ନୌବାଦ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୌସେନା କମାଣ୍ଡର ଋତୁରାଜ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ।