ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ: କିଣାଯିବ ୧୩ ତୋପ; ଖର୍ଚ୍ଚ ହେବ ୭୧ ଶହ କୋଟି

ଓ୍ବାଶିଂଟନ,୨୧।୧୧: ଭାରତ ଆମେରିକାଠାରୁ ୧୩ ନୌସୈନିକ ତୋପ କିଣିବ। ଏଥିପାଇଁ ୭୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଏମ୍‌କେ-୪୫ ତୋପ ଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏନେଇ ଆମେରିକା ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏହାର ନିର୍ମାଣ ଲୁଇସବିଲ୍‌ ଏବଂ କେଣ୍ଟକିଠାରେ କରାଯାଉଛି। ଚୁକ୍ତି ଅନୁସାରେ ଏହି ତୋପ ଭାରତରେ ପହଞ୍ଚାଇବା ଖର୍ଚ୍ଚ ଆମେରିକା ବହନ କରିବ।

Share