Categories: ଖେଳ

ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍‌ ପାଇଁ ସାକ୍ଷାତ୍‌କାର ଆରମ୍ଭ

ମୁମ୍ବାଇ,୧୬।୮(ପିଟି): ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍‌ ନିଯୁକ୍ତି ପାଇଁ ଶୁକ୍ରବାର ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସାକ୍ଷାତ୍‌କାର ପ୍ରକ୍ରିୟା ଆରମ୍ଭ କରିଛି। ସିଏସି ପ୍ରଥମେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ କୋଚ୍‌ ରବିନ ସିଂଙ୍କ ସାକ୍ଷାତ୍‌କାର ନେବ। ତାଙ୍କ ପରେ ଲାଲ୍‌ଚାନ୍ଦ ରାଜପୁତଙ୍କ ପାଳି। କମିଟି ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ଦଳର ନୂଆ କୋଚ୍‌ଙ୍କ ନାମ ଘୋଷଣା କରିବ। ବର୍ତ୍ତମାନ ଭାରତୀୟ ଦଳର କୋଚ୍‌ ପଦରେ ଥିବା ରବି ଶାସ୍ତ୍ରୀ, ସିଂ, ରାଜପୁତ, ମାଇକ ହେସନ, ଟମ୍‌ ମୁଡି, ଫିଲ ସିମନ୍ସଙ୍କୁ ସାକ୍ଷାତ୍‌କାର ପାଇଁ ଚୟନ କରାଯାଇଛି।

Share