Posted inଖେଳ

ଭାରତୀୟ ଦଳରୁ ମାତ୍ର ଜଣେ

ଦୁବାଇ,୨୮।୨: ମହିଳା ଟି-୨୦ ବିଶ୍ୱକପ ଶେଷ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଅଷ୍ଟ୍ରେଲୀୟ ମହିଳା ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ବର୍ତ୍ତମାନ ବିଶ୍ୱକପ ପରେ ଆଇସିସି ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌ ଘୋଷଣା କରିଛି। ଏହି ଟିମ୍‌ରେ କେବଳ ଜଣେ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି।
ସୋମବାର ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଚା ଘୋଷଙ୍କୁ ଆଇସିସିର ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌ରେ ସାମିଲ କରାଯାଇଛି। ୧୯ ବର୍ଷୀୟା ରିଚା ଭାରତକୁ ସେମିଫାଇନାଲରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲେ। ରିଚା କେବଳ ସେମିଫାଇନାଲରେ ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ କିଛି ବିଶେଷ କରିପାରି ନ ଥିଲେ। ସେ ପାକିସ୍ତାନ ବିପକ୍ଷରେ ଅପରାଜିତ ୩୧, ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୪, ଇଂଲଣ୍ଡ ବିପକ୍ଷରେ ୪୭ ସ୍କୋର କରିଥିଲେ। ସେ ମୋଟ ୧୩୬ ରନ ସହ ଟୁର୍ନାମେଣ୍ଟ ଶେଷ କରିଥିଲେ।
ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌ରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ୪ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଏଥିମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲି, ଆସଲେ ଗାର୍ଡନର୍‌, ଡାର୍ସି ବ୍ରାଉନ ଏବଂ ମେଗାନ ସ୍କଟ ଅଛନ୍ତି।
ମହିଳା ଟି-୨୦ ବିଶ୍ୱକପ୍‌ର ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌: ତାଜମିନ ବ୍ରିଟ୍ସ (ଦକ୍ଷିଣ ଆଫ୍ରିକା), ଆଲିସା ହେଲି (ଅଷ୍ଟ୍ରେଲିଆ), ଏଲ ୱୋଲୱାର୍ଡ (ଦକ୍ଷିଣ ଆଫ୍ରିକା), ନାଟ ସ୍କିଭର୍‌-ବ୍ରଣ୍ଟ (ଅଧିନାୟକ) (ଇଂଲଣ୍ଡ), ଆଶଲି ଗାର୍ଡନର୍‌ (ଅଷ୍ଟ୍ରେଲିଆ), ରିଚା ଘୋଷ ( ଭାରତ)), ସୋଫି ଏକ୍ଲେଷ୍ଟୋନ (ଇଂଲଣ୍ଡ), କରିସ୍ମା ରାମହାରାକ (ୱେଷ୍ଟଇଣ୍ଡିଜ), ଶବନିମ ଇସମାଇଲ (ଦକ୍ଷିଣ ଆଫ୍ରିକା), ଡାର୍ସି ବ୍ରାଉନ (ଅଷ୍ଟ୍ରେଲିଆ), ମେଗାନ ଶଟ (ଅଷ୍ଟ୍ରେଲିଆ), ଅର୍ଲା ପ୍ରେଣ୍ଡେରଗଷ୍ଟ (ଆୟର୍ଲାଣ୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri