Posted inଖେଳ

ଭାରତୀୟ ଦଳରୁ ମାତ୍ର ଜଣେ

ଦୁବାଇ,୨୮।୨: ମହିଳା ଟି-୨୦ ବିଶ୍ୱକପ ଶେଷ ହୋଇଛି। କେପଟାଉନରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଅଷ୍ଟ୍ରେଲୀୟ ମହିଳା ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ବର୍ତ୍ତମାନ ବିଶ୍ୱକପ ପରେ ଆଇସିସି ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌ ଘୋଷଣା କରିଛି। ଏହି ଟିମ୍‌ରେ କେବଳ ଜଣେ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି।
ସୋମବାର ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଚା ଘୋଷଙ୍କୁ ଆଇସିସିର ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌ରେ ସାମିଲ କରାଯାଇଛି। ୧୯ ବର୍ଷୀୟା ରିଚା ଭାରତକୁ ସେମିଫାଇନାଲରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲେ। ରିଚା କେବଳ ସେମିଫାଇନାଲରେ ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ କିଛି ବିଶେଷ କରିପାରି ନ ଥିଲେ। ସେ ପାକିସ୍ତାନ ବିପକ୍ଷରେ ଅପରାଜିତ ୩୧, ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୪, ଇଂଲଣ୍ଡ ବିପକ୍ଷରେ ୪୭ ସ୍କୋର କରିଥିଲେ। ସେ ମୋଟ ୧୩୬ ରନ ସହ ଟୁର୍ନାମେଣ୍ଟ ଶେଷ କରିଥିଲେ।
ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌ରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ୪ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଏଥିମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲି, ଆସଲେ ଗାର୍ଡନର୍‌, ଡାର୍ସି ବ୍ରାଉନ ଏବଂ ମେଗାନ ସ୍କଟ ଅଛନ୍ତି।
ମହିଳା ଟି-୨୦ ବିଶ୍ୱକପ୍‌ର ମୋଷ୍ଟ ଭାଲ୍ୟୁଏବଲ୍‌ ଟିମ୍‌: ତାଜମିନ ବ୍ରିଟ୍ସ (ଦକ୍ଷିଣ ଆଫ୍ରିକା), ଆଲିସା ହେଲି (ଅଷ୍ଟ୍ରେଲିଆ), ଏଲ ୱୋଲୱାର୍ଡ (ଦକ୍ଷିଣ ଆଫ୍ରିକା), ନାଟ ସ୍କିଭର୍‌-ବ୍ରଣ୍ଟ (ଅଧିନାୟକ) (ଇଂଲଣ୍ଡ), ଆଶଲି ଗାର୍ଡନର୍‌ (ଅଷ୍ଟ୍ରେଲିଆ), ରିଚା ଘୋଷ ( ଭାରତ)), ସୋଫି ଏକ୍ଲେଷ୍ଟୋନ (ଇଂଲଣ୍ଡ), କରିସ୍ମା ରାମହାରାକ (ୱେଷ୍ଟଇଣ୍ଡିଜ), ଶବନିମ ଇସମାଇଲ (ଦକ୍ଷିଣ ଆଫ୍ରିକା), ଡାର୍ସି ବ୍ରାଉନ (ଅଷ୍ଟ୍ରେଲିଆ), ମେଗାନ ଶଟ (ଅଷ୍ଟ୍ରେଲିଆ), ଅର୍ଲା ପ୍ରେଣ୍ଡେରଗଷ୍ଟ (ଆୟର୍ଲାଣ୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri