Categories: ଜାତୀୟ

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି: ସାମିଲ୍‌ ହେଲା ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌

ନୂଆଦିଲ୍ଲୀ,୨୮।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି। ଇତିମଧ୍ୟରେ ଭାସମାନ ପରୀକ୍ଷଣ ରେଞ୍ଜ୍‌(ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌) ପ୍ରତିରକ୍ଷା କ୍ଷେତ୍ରରେ ସାମିଲ୍‌ ହୋଇଛି। ଏହାକୁ ଡିଆର୍‌ଡିଓ ଦ୍ୱାରା ନିର୍ମାଣ କରାଯାଇଛି। ଏହା ୧୦ ହଜାର ଟନ୍‌ ଟଜନ ବିଶିଷ୍ଟ ଏକ ଜାହାଜ। ଏହା ଉପରେ ସମୁଦ୍ର ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇ ପାରିବ। ପୂର୍ବରୁ ସ୍ଥଳଭାଗ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଉଥିବାବେଳେ ଏଣିକି ଚିନ୍ତା ମୁକ୍ତ ଭାବେ ଜଳଭାଗରେ ସହଜରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ। ଏହାକୁ ମଧ୍ୟମ ଧରଣର କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ବ୍ୟବହାର କରାଯାଇ ପାରିବ। ତେବେ ଅଗ୍ନି କ୍ଷେପଣାସ୍ତ୍ରକୁ ଏହା ମାଧ୍ୟମରେ ପରୀକ୍ଷଣ କରାଯାଇ ପାରିବ ନାହିଁ ବୋଲି କୁହାଯାଉଛି। ଏବେ ଭାରତ ସମେତ ପୃଥିବୀ କିଛି ହାତ ଗଣତି ରାଷ୍ଟ୍ରଙ୍କ ପାଖରେ ଏଭଳି ପ୍ରତିରକ୍ଷା କ୍ଷମତା ରହିଛି।

Share