Categories: ଜାତୀୟ

ଭାରତରେ ୪୪ ବର୍ଷ ପର୍ଯ୍ୟନ୍ତ ରହିବ ଏଲ୍‌ ନିନୋ ପ୍ରଭାବ: ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୧୮।୫: ଭାରତରେ ୨୦୨୦ଠାରୁ ୨୦୬୪ ପର୍ଯ୍ୟନ୍ତ ଆସନ୍ତା ୪୪ ବର୍ଷ ପର୍ଯ୍ୟନ୍ତ ଏଲ୍‌ ନିନୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌)ପକ୍ଷରୁ ପ୍ରାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ଠାରୁ ଏଲ୍‌ ନିନୋ ପ୍ରଭାବ ବୃଦ୍ଧି ପାଇବା ଆରମ୍ଭ କରିବ। ଏହାଦ୍ୱାରା ମୃତ୍ତିକାର ଆଦ୍ରତା କମିଯିବ। ଫଳରେ ଚାଷ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିବ। ଏହାଦ୍ୱାରା ଦକ୍ଷିଣ ଭାରତ ତଥା ଉପକୂଳ ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଫ୍ୟୁଚର ପ୍ରୋଜେକସନ୍‌ ଅଫ୍‌ ହିଟ୍‌ ଓ୍ବେଭ୍‌ ଓଭର ଇଣ୍ଡିଆ ଫ୍ରମ୍‌ ସିଏମ୍‌ଆଇପି ୫ ମଡ୍ୟୁଲସ୍‌ ଶୀର୍ଷକ ଏହି ରିପୋର୍ଟ ଅନ୍ତର୍ଜାତୀୟ ପତ୍ରିକା କ୍ଲାଇମେଟ୍‌ ଡାଇନାମିକ୍ସ୍‌ରେ ପ୍ରକାଶ ପାଇଛି। ଏହିି ରିପୋର୍ଟରେ ୧୯୫୧ଠାରୁ ୨୦୦୫ ମଧ୍ୟରେ ହୋଇଥିବା ୫୪ଟି ଗ୍ରୀଷ୍ମ ପ୍ରବାହ ଘଟଣା ଉପରେ ଉଲ୍ଲେଖ କରାଯାଇଛି।

Share