Categories: ବାଣିଜ୍ୟ

ଭାରତରେ ରିଟେଲ ଷ୍ଟୋର୍‌ ଖୋଲିବ ଆପଲ୍‌

ନୂଆଦିଲ୍ଲୀ,୩୦-୮: ମହଙ୍ଗା ଫୋନ ଏବଂ ସଫ୍ଟଓ୍ବେର ତିଆରି କରୁଥିବା ଆମେରିକା କମ୍ପାନୀ ଆପଲ୍‌ ଭାରତରେ ଏହାର ରିଟେଲ ଷ୍ଟୋର୍‌ ଖୋଲିବାକୁ ନେଇ ଉତ୍ସୁକ ବୋଲି କହିଛି। ଭାରତୀୟ ଗ୍ରାହକଙ୍କୁ ବିଶ୍ୱ ମାନଦଣ୍ଡ ଅନୁଯାୟୀ ଅନ୍‌ଲାଇନ ଓ ଦୋକାନ ଜରିଆରେ ଉନ୍ନତ ଅନୁଭବ କରିବାକୁ ନେଇ କମ୍ପାନୀ ଉତ୍ସାହୀ ବୋଲି କହିଛି। ଖୁବ୍‌ଶୀଘ୍ର ଭାରତରେ ଏକ ଷ୍ଟୋର୍‌ ଖୋଲାଯିବ ବୋଲି ଆପଲ୍‌ ଗୁରୁବାର ସ୍ପଷ୍ଟ କରିଛି। ସୂଚନାଥାଉ କି, କେନ୍ଦ୍ର ସରକାର ସିଙ୍ଗଲ ରିଟେଲ୍‌ ବ୍ରାଣ୍ଡରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆଇ) ନିୟମ କୋହଳ କରିବା ଲାଗି ବୁଧବାର ଘୋଷଣା କରିବା ପରେ ଆପଲ୍‌ ପକ୍ଷରୁ ପ୍ରଥମଥର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଇ-ମେଲ୍‌ ଜରିଆରେ ଗଣମାଧ୍ୟମକୁ ପଠାଇଥିବା ନିଜ ପ୍ରତିକ୍ରିୟାରେ ଆପଲ୍‌ କହିଛି ଯେ, ଏହା ଭାରତରେ ପ୍ରଥମ ଦୋକାନ ଖୋଲି ଗ୍ରାହକଙ୍କୁ ସ୍ବାଗତ କରିବା ଲାଗି ଆଗ୍ରହୀ। ତେବେ କମ୍ପାନୀର ନିଜର ଯୋଜନା ସମ୍ପର୍କରେ କିଛି ପ୍ରକାଶ କରିନାହିଁ। ବର୍ତ୍ତମାନ ଭାରତୀୟ ବଜାରରେ ଆପଲ୍‌କୁ ସ୍ମାର୍ଟଫୋନ ଶ୍ରେଣୀରେ ଓ୍ବନ୍‌ ପ୍ଲସ୍‌ ଓ ସାମସଙ୍ଗ ସହିତ ମୁକାବିଲା କରିବାକୁ ପଡୁଛି।

Share