Categories: ଜାତୀୟ

ଭାରତରେ ବୟସ୍କଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ: ଦେଢ଼ କୋଟି ବିତାଉଛନ୍ତି ନିଃସଙ୍ଗ ଜୀବନ

ନୂଆଦିଲ୍ଲୀ,୧।୧୦: ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଥାଏ। ଭାରତରେ ୧୦କୋଟି ୪୦ ଲକ୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି। ସେମାନଙ୍କ ସଂଖ୍ୟା ବର୍ଷ ପିଛା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ଏହା ୩ ଗୁଣା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବୟସ୍କ ଲୋକଙ୍କ ମଧ୍ୟରୁ ୫ କୋଟି ୩୦ ଲକ୍ଷ ମହିଳା ଥିବାବେଳେ ୫ କୋଟି ୧୦ ଲକ୍ଷ ପୁରୁଷ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦେଢ଼ କୋଟି ବୟସ୍କ ଲୋକ ବିଭିନ୍ନ କାରଣରୁ ପରିବାରଠାରୁ ଅଲଗା ହୋଇ ନିଃସଙ୍ଗ ଜୀବନ ବିତାଉଛନ୍ତି। ବୟସ୍କ ଲୋକମାନେ ନିଜ ପରିବାର ସଦସ୍ୟଙ୍କର ଉପେକ୍ଷାର ଶିକାର ହେଉଥିବା ଜାତୀୟ ଜନଗଣନା ରିପୋର୍ଟରୁ ଜଣାପଡ଼ିଛି।

Share