ଭାରତରେ ଜୁନ୍‌-ଜୁଲାଇରେ ବଢ଼ିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ଏମ୍ସ୍‌

ନୂଆଦିଲ୍ଲୀ,୭।୫: ଭାରତରେ ପ୍ରତିଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଜୁନ୍‌ ଏବଂ ଜୁଲାଇ ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏମ୍ସ୍‌ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଛି। ଫଳରେ ଦେଶରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ଅନ୍ୟ ତୁଳନାରେ ଯଥେଷ୍ଟ କମ୍‌ ରହିଛି। ତେବେ କେତେ ଦିନ ପର୍ଯ୍ୟନ୍ତ ସଂକ୍ରମଣ ଜାରି ରହିବ ଏବଂ ଲଢ଼େଇ କେତେ ଲମ୍ବା ହେବ ତାହା ଆକଳନ କରିହେବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଶୀତଦିନେ ମଧ୍ୟ ଦେଶରେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ଏମ୍ସ୍‌ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ସତର୍କ ସୂଚନା ଦେଇଛନ୍ତି। ଜୁନ୍‌ କିମ୍ବା ଜୁଲାଇରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାପରେ ଧୀରେଧୀରେ ସଂକ୍ରମଣ କମିବାର ଅନୁମାନ କରାଯାଉଥିବା ସେ କହିଛନ୍ତି। ଯୋଜନାବଦ୍ଧ ଭାବେ ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇ ଜାରି ରଖିବା ଆବଶ୍ୟକ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Share