ଭାରତରେ କରୋନା ସହିତ ଲଢ଼େଇ : ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା, କହିଲା ଏମ୍ସ୍‌

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। କରୋନା ସହିତ ଲଢ଼ିବାକୁ ଏକଜୁଟ ହେବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଏମ୍ସ୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ଏବେ ଭାରତ ମୁହାଁ ହୋଇଛି। ଏଥିରୁ ଦୂରେଇ ରହିବାର ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା ହେଉଛି ସାମାଜିକ ଦୂରତା ବଜାୟ ରଖିବା। ଏହା ସହିତ ନିୟମିତ ଅନ୍ତରରେ ହାତ ଧୋଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଲୋକେ ସଚେତନ ହେଲେ କରୋନା ସହିତ ଲଢ଼ିବା ସହଜ ହେବ ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ.ରଣଦୀପ୍‌ ଗୁଲେରିଆ କହିଛନ୍ତି। ଆମେରିକା, ଇଟାଲି, ସ୍ପେନ୍‌, ବେଲଜିୟମ୍‌ ଏବଂ ନେଦରଲାଣ୍ଡରେ କରୋନା ସଂକ୍ରମଣ ଗ୍ରାଫ୍‌ ପ୍ରଥମେ ବଢ଼ିଥିବାବେଳେ ଏବେ ଏହା କମିବାରେ ଲାଗିଛି। ଭାରତରେ ମଧ୍ୟ ସେଭଳି ସ୍ଥିତି ଦେଖାଦେଇ ସଂକ୍ରମଣ ଧୀରେଧୀରେ କମିବ ବୋଲି ସେ ସୂଚନା ଦେଇଛନ୍ତି। ଏବେ ଦେଶରେ ପ୍ରତିଦିନ ୮୦ ହଜାର ଲୋକଙ୍କ ନମୁନା ପରୀକ୍ଷା ହେଉଛି। ଆଗାମୀ ଦିନରେ ଏହା ଲକ୍ଷେକୁ ବୃଦ୍ଧି କରାଯିବା ଯୋଜନା ରହିଛି। ଅଧିକ ନମୁନା ପରୀକ୍ଷା କରାଗଲେ କରୋନା ପଜିଟିଭ୍‌ ରିପୋର୍ଟ ମଧ୍ୟ ସେହି ଅନୁପାତରେ ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି। ଏନେଇ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ ଗ୍ରାଫ୍‌ ଶୀର୍ଷକୁ ବଢ଼ିବାପରେ କମିବାକୁ ଆରମ୍ଭ କରିଥାଏ। ଭାରତରେ ବର୍ତ୍ତମାନ ଏହା ବଢ଼ିବାସ୍ତରରେ ରହିଛି। ତେଣୁ ଶୀର୍ଷରେ ପହଞ୍ଚି ପୁଣି କମିବା ଲାଗି ୨ରୁ ୪ ସପ୍ତାହ ସମୟ ଲାଗିବ ବୋଲି ଆକଳନ କରାଯାଉଛି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଯୋଗୁ ଧୀରେଧୀରେ ଅଧିକ କରୋନ ପଜିଟିଭ୍‌ ରିପୋର୍ଟ ମିଳୁଥିବା ଆଇସିଏମ୍‌ଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri