Posted inଖେଳ

ଭାରତରେ ଅଟକିଛନ୍ତି ଚେନ୍ନାଇ ସିଟି କୋଚ୍‌

ଚେନ୍ନାଇ, ୯ା୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ବର୍ତ୍ତମାନ ପାଇଁ ବିମାନ ସେବାକୁ ବନ୍ଦ ରଖାଯାଇଥିବାରୁ ଚେନ୍ନାଇନ ସିଟି ଫୁଟ୍‌ବଲ ଟିମ୍‌ର ସିଙ୍ଗାପୋରିଆନ କୋଚ୍‌ ଆକବର ନାଓ୍ବାସ୍‌ ନିଜ ଦେଶକୁ ଯାଇପାରୁ ନାହାନ୍ତି। କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ସମଗ୍ର ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ନାଓ୍ବାସ ପାଠପଢା ବ୍ୟତୀତ ତାଙ୍କ ଖେଳାଳିଙ୍କ ଗେମ୍‌ ବିଶ୍ଳେଷଣ ଏବଂ ଭିଡିଓ କଲିଂ ଜରିଆରେ ଟିପ୍‌ ଆଦାନପ୍ରଦାନ କରୁଛନ୍ତି। ନାଓ୍ବାସ ୨୦୧୮ ମାର୍ଚ୍ଚରୁ ଆଇ-ଲିଗ୍‌ ଟିମ୍‌ ଚେନ୍ନାଇ ଦଳର କୋଚ ଦାୟିତ୍ୱରେ ଅଛନ୍ତି। ଦଳକୁ ସେ ୨୦୧୮-୧୯ ସିଜନରେ ଟାଇଟଲ ଜିତାଇପାରିଛନ୍ତି। ନାଓ୍ବାଜ କହିଛନ୍ତି, ବର୍ତ୍ତମାନର କଠିନ ପରିସ୍ଥିତିରେ ନିଜ ପରିବାରଠାରୁ ଦୂରରେ ରହିବା କଷ୍ଟକର। ଭାରତରେ ଅଟକି ରହିଥିଲେ ମଧ୍ୟ ମୁଁ ମୋ ସମୟର ସଦୁପଯୋଗ କରୁଛି। ବର୍ତ୍ତମାନର ପରିସ୍ଥିତିକୁ ନେଇ ଅଧିକ ଚିନ୍ତା କରୁନାହିଁ। ଆଶା କରୁଛି ଖୁବ୍‌ ଶୀଘ୍ର ପରିବାର ସହ ଯୋଗ ଦେବି। ମୋ କ୍ଲବ ଏବଂ ଚେନ୍ନାଇସ୍ଥିତ ସିଙ୍ଗାପୁର ଦୂତାବାସ ଏଦିଗରେ ପଦକ୍ଷେପ ନେଉଛନ୍ତି। ସୂଚନାଯୋଗ୍ୟ, ନାଓ୍ବାସ ବର୍ତ୍ତମାନ କୋଏମ୍ବାଟୁର୍‌ରେ ଅବସ୍ଥାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri