Categories: ଜାତୀୟ

ଭାରତକୁ ୧ ବିଲିୟନ ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୫।୫: କରୋନା ମହାମାରୀର ସଙ୍କଟ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଭାରତକୁ ୧ ବିଲିୟନ ଡଲାର ବା ପାଖାପାଖି ୭,୫୦୦ କୋଟି ଟଙ୍କାର ସୋସିଆଲ ପ୍ରୋଟେକ୍ସନ ପ୍ୟାକେଜ(ସମାଜିକ ସୁରକ୍ଷା ପ୍ୟାକେଜ)ଦେବାକୁ ଘୋଷଣା କରିଛି। ଏହା ଭାରତ ସରକାରଙ୍କ କାର୍ଯ୍ୟକ୍ରମ ସହ ଜଡିତ। ବିଶ୍ୱ ବ୍ୟାଙ୍କର ଭାରତ ମୁଖ୍ୟ ଜୁନେଦ କମଲ ଅହମ୍ମଦ କହିଛନ୍ତି, ଏହା ପିଏମ୍‌ ଗରିବ କଲ୍ୟାଣ ଯୋଜନା ପାଇଁ ମଧ୍ୟ ସହାୟକ ହେବ। ଦେଶରେ କରୋନା ଭାଇରସ ରୋଗୀଙ୍କ ଉନ୍ନତ ସ୍କ୍ରିନିଂ, କୋଭିଡ-୧୯ ହସ୍ପିଟାଲର ନବୀକରଣ ଏବଂ ଲ୍ୟାବ ର୍ନିମାଣ ପାଇଁ ବିଶ୍ୱ ବ୍ୟାଙ୍କର ଏହି ପାଣ୍ଠି ବ୍ୟବହାର କରାଯାଇପାରିବ। ସୂଚନାଯୋଗ୍ୟ, ଭାରତର ସ୍ବାସ୍ଥ୍ୟ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଗତ ମାସରେ ଏକ ବିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରାଯାଇଥିଲା।

Share