Categories: ଜାତୀୟ

ଭାରତକୁ ମିଳିଲା ୪ ଆପାଚେ ଆଟାକ୍‌ ହେଲିକପ୍ଟର

ନୂଆଦିଲ୍ଲୀ,୨୮ା୭(ପି.ଟି.): ଆମେରିକାର ଏରୋସ୍ପେସ୍‌ ମେଜର୍‌ ବୋଇଂ ଶନିବାର ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪ଟି ୨୨ଆପାଚେ ଆଟାକ୍‌ ହେଲିକପ୍ଟର ପ୍ରଦାନ କରିଛି। ଏହା ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି କ୍ଷେତ୍ରରେ ବିଶେଷ ସହାକ ହେବ। ଆଗାମୀ ସପ୍ତାହରେ ପୁଣି ୪ଟି ଏଭଳି ହେଲିକପ୍ଟର ଆମେରିକା ଯୋଗାଇ ଦେବ ବୋଲି କହିଛି। ସମସ୍ତ ୮ଟି ଲଢିଆ ହେଲିକପ୍ଟରକୁ ପଠାନ୍‌କୋଟ୍‌ ଏୟାରଫୋର୍ସ ଷ୍ଟେଶନକୁ ନିଆଯିବା ପରେ ଏହାକୁ ବିଧିବଦ୍ଧଭାବେ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଏହି ଏଏଚ୍‌-୬୪ଇ ଆପାଚେ ବିଶ୍ୱର ସବୁଠାରୁ ଆଡଭାନ୍‌ସଡ ମଲ୍ଟିରୋଲ କମ୍ବାଟ୍‌ ହେଲିକପ୍ଟର ଭାବେ ପରିଚିତ। ଆମେରିକା ସେନା ପକ୍ଷରୁ ଏହାକୁ ବହୁଳ ଭାବlରେ ବ୍ୟବହାର କରାଯାଇଥାଏ। ଭାରତ ଏହି ହେଲିକପ୍ଟରକୁ ହାସଲ କରିବା ପାଇଁ ୨୦୧୫ ସେପ୍ଟେମ୍ବର ମାସରେ ବହୁକୋଟି ଟଙ୍କାର ଚୁକ୍ତି କରିଥିଲା। ୨୦୧୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୪,୧୬୮ କୋଟି ଟଙ୍କା ମୂଲ୍ୟରେ ୬ ଆପାଚେ ହେଲିକପ୍ଟର ସହ ଯୁଦ୍ଧାସ୍ତ୍ର କ୍ରୟ ଲାଗି ମଞ୍ଜୁରୀ ପ୍ରଦାନ କରିଥିଲା। ଆପାଚେ ଆଟାକ୍‌ ହେଲିକପ୍ଟର ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବା ସହ ଯବାନଙ୍କ ମନୋବଳ ବୃଦ୍ଧିକରିବ ବୋଲି କୁହାଯାଉଛି।

Share