ଭାନୁ ପ୍ରକାଶ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ; ବାରିକ ଚ୍ୟାଲେଞ୍ଜର୍ସ ଉଦ୍ୟାନ ବନ୍ଧ ଚାମ୍ପିୟନ

କୋମନା,୧୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ମିନି ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଭାନୁପ୍ରକାଶ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଉଦ୍ୟାନବନ୍ଧ ବାରିକ ଚ୍ୟାଲେଞ୍ଜର ଭେଲା ଦଳକୁ ହରାଇ ଚାମ୍ପିୟନ ହୋଇଛି। ପୂର୍ବାହ୍ନରେ ବାରିକ ଚ୍ୟାଲେଞ୍ଜର ଉଦ୍ୟାନବନ୍ଧ ଓ ଭେଲା ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲା। ବାରିକ ଚ୍ୟାଲେଞ୍ଜର ଦଳ ଭେଲା ଦଳକୁ ୪ଟି ଗୋଲ ଦେଇଥିଲା। ଜବାବରେ ଭେଲା ଦଳ ୨ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା। ବାରିକ ଚ୍ୟାଲେଞ୍ଜର ୪-୨ ଗୋଲରେ ଭେଲାକୁ ପରାସ୍ତ କରି ଚାମ୍ପିୟନ ଟ୍ରଫି ହାସଲ କରିଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ରାଜେନ୍ଦ୍ର ଡୋଲକିଆ, ସମ୍ମାନିତ ଅତିଥି କୋମନା ବ୍ଲକ ଚେୟାରମ୍ୟାନ ମନୋଜ କୁମାର ମିଶ୍ର, ଏମ୍‌ପି ପ୍ରତିନିଧି ଅଭିନନ୍ଦନ ପଣ୍ଡା, ବିଜେଡି ନେତା ଅବନୀ ରଞ୍ଜନ ଜୋଷୀ, ନନ୍ଦିଘୋଶ ଖମାରୀ, ରତନ କେତକି ପ୍ରମୁଖ ଯୋଗଦେଇ ବିଜେତା ଉଦ୍ୟାନବନ୍ଦ ଦଳକୁ ଚାମ୍ପିୟନ ଟ୍ରଫି ଓ ଭେଲା ଦଳକୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ। ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ ଉମେଶ ଭୋଇ ଏବଂ ମ୍ୟାନ ଅଫ ଦି ମ୍ୟାଚ ପିଙ୍କୁ ବିବେଚିତ ହୋଇଛନ୍ତି। ସେହିଭଳି ବେଷ୍ଟ ଗୋଲ କିପର ମଧୁ ନାୟକଙ୍କୁ ମିଳିଥିବା ବେଳେ ବେଷ୍ଟ ଡିଫେନସର ଭାବେ ଖର ଭାଇଙ୍କୁ ଦିଆଯାଇଛି। ବଳରାମ ସରାଫ, ଗୁଡୁ ମାଝି, ବନ ସାହୁ ଏବଂ ତ୍ରିନାଥ କୁମ୍ଭାର ଫାଇନାଲ ମ୍ୟାଚ ପରିଚାଳନା କରିଥିବା ବେଳେ ମୁକେଶ ଦଣ୍ଡସେନା ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ପ୍ରାୟୋଜକ ବିମଳ ଯୋଷୀ, କମଳ ଯୋଷୀ, ଦେବାଶିଷ ଯୋଷୀ, ତାରାନନ୍ଦ ଶବର, ବିଷ୍ଣୁପ୍ରିୟା ମେଡିକାଲ ଓ ପରିବାରବର୍ଗ ପ୍ରମୁଖ ଉପସ୍ତିତ ଥିଲେ। ସମାଜିକ କର୍ମୀ ଦୁଲୁ ସୁପକାର, ରତିକାନ୍ତ ମହାନ୍ତିଙ୍କ ସମେତ କମିଟି ସଦସ୍ୟ କ୍ଷୁଦ୍ରଦେବ ଶବର, ହେତୁରାମ ଶବର, ସାଗର ଶବର, ଲିଟୁ ସେଠୀ, ଆଶିଶ ଶବର, ପରେଶ ଶବରଳ ରାହୁଲ ଶବର ପ୍ରମୁଖ ସହଯୋଗ କରିଥିଲେ।