ଭାଜପା ଛାଡ଼ିଲେ ଜଗନ୍ନାଥ ପ୍ରଧାନ

ଭୁବାନେଶ୍ୱର,୨।୬(ବ୍ୟୁରୋ): ଭାରତୀୟ ଜନତା ପାର୍ଟୀ(ଭାଜପା)ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ସେ ସଭାପତି ଚୟନ ନେଇ ମତାମତ ନିଆଯାଇ ନ ଥିବା କହିଛନ୍ତି। ସେ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବ ନାହିଁ ବୋଲି ସେ କହିଛନ୍ତି। ତେବେ ଗତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରାର୍ଥୀ ହୋଇଥିଲେ।