ଭାଜପାର ସାଙ୍ଗଠନିକ ନିର୍ବାଚନ କର୍ମଶାଳା

କୋମନା,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନାସ୍ଥିତ କଲ୍ୟାଣ ମଣ୍ଡପଠାରେ ଭାଜପା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ କର୍ମଶାଳା ଅନୁଷ୍ଠିିତ ହୋଇଯାଇଛି। ସହସଙ୍ଗଠନ ମନ୍ତ୍ରୀ ରଞ୍ଜନ ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ବୁଥ ଓ ମଣ୍ଡଳସ୍ତରୀୟ କର୍ମୀଙ୍କୁ ନିର୍ବାଚନ ପ୍ରକ୍ରିୟା ଉପରେ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ଭାଜପା ଉପସଭାପତି ପ୍ରସନ୍ନ ପାଢୀ, ବରଗଡ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, କଳାହାଣ୍ଡି ଜିଲା ପରିଷଦ ଉପାଧ୍ୟକ୍ଷା ତଥା ରାଜ୍ୟ ଭାଜପା ଅଧ୍ୟକ୍ଷା ନମିତା ରାଣୀ ସାହୁ, ରାଜ୍ୟ ସମ୍ପାଦକ ତଥା ସହ ନିର୍ବାଚନ ଅଧିକାରୀ ସରିତା ନନ୍ଦ, ସଦସ୍ୟତା ପ୍ରଭାରି ନୂଆପଡା ହୋମସିଂଗ ମାଝି, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଖାମସିଂ ମାଝି, ପୂର୍ବତନ ଖଡିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ରାଜ୍ୟ ମାଇନରିଟି ମୋର୍ଚ୍ଚା ସଭାପତି ଶେଖ ମେହେତାବ ମହମ୍ମଦ, ଜିଲା ଉପ ସଭାପତି ଚର୍ତୁଭୁଜ ଶର୍ମା, ମନିଜର ଆର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କମଳେଶ ଦିଖିତ, ସୁବ୍ରତ ଠାକୁର, ଦେବଦେବ ସିଂଦେଓ, ପୀତାମ୍ବର ନାଗ, ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଷୀ, ଚନ୍ଦନ ଠାକୁର, ପ୍ରବୀଣ ଭୋଇ, ଈଶ୍ୱର ପଟେଲ, ଚିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।