ଭାଜପାର ସଦସ୍ୟତା ଅଭିଯାନ ପ୍ରସ୍ତୁତି: ଜିଲାରେ ଅଧିକ ୨୦% ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୧ା୭:  ସାଙ୍ଗଠନିକ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଢେଙ୍କାନାଳରେ ଭାଜପା ଆରମ୍ଭ କରିବ ନୂତନ ସଦସ୍ୟତା ଅଭିଯାନ। ଜିଲାରେ ଅଧିକ ୨୦% ସଭ୍ୟଙ୍କୁ ସଙ୍ଗଠନରେ ସାମିଲ କରାଯିବ। ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୧ଯାଏ ଚାଲିବ। ଏହି କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାକୁ ରବିବାର ସ୍ଥାନୀୟ ଅଭିନନ୍ଦନ ଗାର୍ଡେନ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲା ପ୍ରଭାରୀ ନିରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ର, କାର୍ଯ୍ୟକାରିଣୀ ସଭ୍ୟ ନରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଜିଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କୁ ଜିଲା ସଦସ୍ୟତା ପ୍ରମୁଖ, ସମ୍ପାଦକ ମାତୃପ୍ରସାଦ ନନ୍ଦଙ୍କୁ ସହ ସଦସ୍ୟତା ପ୍ରମୁଖ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣିଙ୍କୁ ଜିଲା ସଦସ୍ୟତା ପ୍ରଭାରୀ ଭାବେ ଘୋଷଣା କରାଯାଇଛି।
ଜୁଲାଇ ୬ରୁ ଅଗଷ୍ଟ ୧୧ ମଧ୍ୟରେ ଜିଲାର ସମସ୍ତ ୮ ମଣ୍ଡଳରେ ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ। କେନ୍ଦ୍ରୀୟ ସଙ୍ଗଠନର ଲକ୍ଷ୍ୟ ଅନୁଯାୟୀ ୨୦ ପ୍ରତିଶତ ଅଧିକ ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରତି ମଣ୍ଡଳରେ ଜଣେ ସଦସ୍ୟତା ପ୍ରମୁଖ, ଜଣେ ସହ ସଦସ୍ୟତା ପ୍ରମୁଖଙ୍କୁ ଚୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସାଧାରଣ ନିର୍ବାଚନରେ ଭାଜପାର ଭୋଟହାର ବଢ଼ିଛି। ଏଥିପାଇଁ ଜିଲାବାସୀଙ୍କୁ ନେତୃବୃନ୍ଦ ଧନ୍ୟବାଦ ଦେଇଛନ୍ତି।
ସଙ୍ଗଠନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ପବିତ୍ର ବିଶ୍ୱାଳ, ଶତ୍ରୁଘ୍ନ ଜେନା, ସୁନୀଲ ଶର୍ମା, ନବକିଶୋର ଗୁରୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରେମାନନ୍ଦ ଜେନା, ନୀରଦ ସାହୁ, ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ଦୁର୍ଗାଚରଣ ନାୟକ, ରାମଚନ୍ଦ୍ର ପାତ୍ର, ରତିକାନ୍ତ ସାହୁ, ନିରୋଜ ନଳିନୀ ମହାଳିକ, ଅନିତା ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଲେଙ୍କା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି ।…

ଗାଁରେ ବୁଲୁଛି ହାତୀ, ହଜିଗଲାଣି ଲୋକଙ୍କ ନିଦ

ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି।…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮…

ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ, ବାମ ଗୋଡରେ ଲାଗିଛି…..

ଢେଙ୍କାନାଳ,୫।୩(ରତନ ନାୟର): ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଫରଚ୍ୟୁନର ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁବାର ଛେଣ୍ଡିପଦା ବିଧାୟକ ନିଜ ଗାଡ଼ିରେ ଛେଣ୍ଡିପଦାରୁ…

ଗାଁ ଯାତ୍ରା ଦେଖିବାକୁ ଭଉଣୀକୁ ଆଣିବା ପାଇଁ ଯାଇଥିଲେ ଭାଇ, ରାସ୍ତାରେ ଛକିଥିଲା ଯମ, ଘଟିଲା…

ପରଜଙ୍ଗ,୫ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର କୁମୁସିସ୍ଥିତ ମାଧିଆ ରଗୁଡ଼ି ପାଖରେ ଅନୁଗୋଳରୁ ପଣ୍ଡୁଆ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri