ଭାଜପାରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ତଥା କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ପୂର୍ବତନ ଆଇଏଏସ୍‌ ଅଫିସର ତଥା ବରିଷ୍ଠ ପ୍ରଶାସକ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରିବ ବୋଲି ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ଭାଜପାରୁ ଜଣେ ପ୍ରାର୍ଥୀ ଓଡ଼ିଶାରୁ ନିର୍ବାଚିତ ହେବେ। ତାଙ୍କ ପ୍ରାର୍ଥିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।