ପ୍ରମିଳାଙ୍କ ତାତ୍ସଲ୍ୟ: କହିଲେ ‘କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ ଯିବା ବେଳେ କ’ଣ ଭାଜପାକୁ ପଚାରିବେ’

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ମହିଳା ଯିବା ପ୍ରସଙ୍ଗରେ କ୍ଲିନ୍‌ଚିଟ୍‌ ମିଳିବାକୁ ନେଇ ଭାଜପା ସରକାରଙ୍କୁ କଟାକ୍ଷ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ ଯାଇପାରିବେନି? କ’ଣ ଭାଜପାକୁ ପଚାରି ନେଇକି ଯିବେ ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି। ଏପରିକି ସରକାରୀ ଅର୍ଥରେ ମନ୍ତ୍ରୀଙ୍କ ବ୍ୟତିତ ଅନ୍ୟକେହି ଯାଇ ନ ଥିବା ଗୁରୁବାର ସରକାର ସ୍ପଷ୍ଟ କରିଦେଇଛନ୍ତି। ଭାଜପା ଏହାକୁ ଅଯଥା ପ୍ରସଙ୍ଗ କରୁଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏକ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ପ୍ରମାଣ ସତ୍ତ୍ୱେ ମନ୍ତ୍ରୀଙ୍କୁ ସରକାର କ୍ଲିନ୍‌ଚିଟ୍‌ ଦେଇଦେଲେ। ଗୃହରେ ଏନେଇ ଆମକୁ ଚ୍ୟାଲେଞ୍ଜ କରିବାକୁ ସୁଯୋଗ ମଧ୍ୟ ଦିଆଗଲାନାହିଁ। ତେବେ ମନ୍ତ୍ରୀ ପଦରୁ ପାଣିଗ୍ରାହୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ସେ ଦାବି କରିଥିଲେ।