Categories: ଜାତୀୟ

ଭାଜପାକୁ ଟାର୍ଗେଟ୍‌ କଲା ଶିବସେନା: ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତକୁ ବିରୋଧ

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁନି। ଇତିମଧ୍ୟରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ ପାଇଁ ଇୟୁ ପ୍ରତିନିଧି ଦଳଙ୍କ ଗସ୍ତ କରିବାକୁ ଶିବସେନା ବିରୋଧ କରିଛି। ଏନେଇ ଶିବସେନା ପକ୍ଷରୁ ଏହାର ମୁଖପତ୍ର ସାମ୍‌ନାରେ ପ୍ରକାଶ ପାଇଛି। ଶିବସେନା କହିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଉପରେ ନାନା ପ୍ରଶ୍ନ କରୁଥିବା ଭାଜପା କଶ୍ମୀରରେ କାହିଁକି ଇୟୁ ପ୍ରତିନିଧି ଦଳଙ୍କୁ ପ୍ରବେଶ କରାଇଲା। ଏହାର ଆବଶ୍ୟକତା ନେଇ ଶିବସେନା ପ୍ରଶ୍ନ ଉଠାଇଛି। ଏନେଇ ସାମ୍‌ନାର ସମ୍ପାଦକୀୟରେ ଲେଖା ପ୍ରକାଶ ପାଇଛି। ଏହା ଅନ୍ତର୍ଜାତୀୟ ସମସ୍ୟା ନୁହେଁ। ଏହା ଭାରତର ସମସ୍ୟା ତେଣୁ ଇୟୁ ପ୍ରତିନିଧି ଦଳଙ୍କ ଗସ୍ତ କାହିଁକି କରାଯାଇଛି ବୋଲି ଶିସସେନା ପ୍ରଶ୍ନ କରିଛି।

Share