ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା:ଜେଲ ଗଲେ ଦିଅର

ଦିଗପହଣ୍ଡି,୮ା୭(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ ବିଟ୍ଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ମେ ୧୭ ରାତି ପ୍ରାୟ ୮ଟାରେ ଅକ୍ଷୟ ତାଙ୍କ ଭାଉଜଙ୍କୁ ଘରେ ପଶି ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଭାଉଜ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ଗୌରାଙ୍ଗ ଚରଣ ସାହୁ ଘଟଣାର ତଦନ୍ତ କରି ନଂ.୧୦୬/୧୯ରେ ମାମଲା ରୁଜୁ କରିଥିଲେ। ଗିରଫ ଭୟରେ ଅଭିଯୁକ୍ତ ଗ୍ରାମରୁ ଫେରାର ହୋଇଯାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ସଦଳବଳ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଗିରଫ କରିଥିଲେ।