Categories: ଖେଳ

ଭାଇରସ୍‌ ଯୋଗୁ ଏବେଠୁ ଅଲିମ୍ପିକ୍ସ ଉପରେ ବିପଦ ଅଛି କହିବା ଉଚିତ ନୁହେଁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୯।୨- ଚାଇନାରେ କରୋନା ଭାଇରସ ୧୮୦୦ରୁ ଊର୍ଦ୍ଧ୍ୱ ପ୍ରାଣ ନେଇସାରିଲାଣି। କିନ୍ତୁ ଏବେଠାରୁ ଟୋକିଓ ଅଲିମ୍ପିକ୍ସ ଉପରେ ଭାଇରସ୍‌ର ପ୍ରଭାବ ପଡ଼ିବ କି ନାହିଁ, କହିବା ଉଚିତ ହେବ ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ସିନିୟର ଅଫିସିଆଲ କହିଛନ୍ତି। ଟୋକିଓ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥାନାନ୍ତର କରିବାର କିଛି ଦରକାର ନ ଥିବା ବାରମ୍ବାର କହିଆସୁଛନ୍ତି। ୟୁଏନ୍‌ ଏଜେନ୍ସିର ପ୍ରୋଗ୍ରାମ ଡାଇରେକ୍ଟର ମାଇକେଲ ରିଆନ କହିଛନ୍ତି, କ୍ରୀଡ଼ା ମହାକୁମ୍ଭ ପାଇଁ ବହୁତ ସମୟ ରହିଛି। ଏଣୁ ଆମେ କୌଣସି ନିଷ୍ପତ୍ତି ନେଉ ନାହୁଁ। ଡବ୍ଲ୍ୟୁଏଚ୍‌ଓ ଆଇଓସି ସହ ନିୟମିତ ଯୋଗାଯୋଗରେ ରହିଛି।

Share