ଭାଇଚାରା ବଜାୟ ରଖିବା ଉପରେ ଗୁରତ୍ୱ

ଲୋଇସିଂହା,୪।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ନେତାଜୀ ଯୁବକସଂଘ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗୋବର୍ଦ୍ଧନ ଭୋଇ ସଭାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଶିକ୍ଷକ ଜ୍ୟୋତିରଞ୍ଜନ ସା, ସତ୍ୟନାରାୟଣ ଭୋଇ, ରମାକାନ୍ତ ବିଶ୍ୱାଳ, ଗୋପିନାଥ ବିଶି, ନାରାୟଣ ଭୋଇ, ଲାଲମନ ନାଗ, କୁନା ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଏକକ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦଳଗତ ନୃତ୍ୟରେ ଲୋଇସିଂହାର ଅଜିତ ଡୁଙ୍ଗରି ଏବଂ ଟଟିଲାଗଡର ଥ୍ରିଷ୍ଟାଇଲର ପାର୍ଟି ଯୋଗଦେଇ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଗୋବର୍ଦ୍ଧନ ଭୋଇ ଏବଂ ଫଗନୁ ଭୋଇ ସଭା ପରିଚାଳନା କରିଥିଲେ । ଜୀବର୍ଦ୍ଧନ ଭୋଇ, ମନୁଆ ମଟାରି, ସାନ୍ତନୁ ଭୋଇ ଜୟରାମ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।
ସେହିପରି ଲୋଇସିଂହା ଥାନା ଅନ୍ତର୍ଗତ ସାନଟିକା ଗ୍ରାମ ଆଜାଦ ୟୁଥ୍‌ କ୍ଲବ ଏବଂ ଗଣେଶ ପୂଜା କମିଟି ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରବାସୀ ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ଶିକ୍ଷକ ସନ୍ତୋଷ କୁମାର ସାହୁ, କହ୍ନେଇ ପଧାନ, ହଳଧର ପାତ୍ର, ଏବଂ ସୌକିଲାଲ ସାହୁ ଅତିଥିଭାବେ ଯୋଗଦେଇଥିଲେ । ଅତିଥିମାନେ କୃଷିଭିତ୍ତିକ ପର୍ବ ନୂଆଁଖାଇ ସମ୍ପର୍କରେ ଆଲୋକପାତ କରିବା ସହ ଗାଁରେ ଭାଇଚାର ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆୟୋଜିତ ଗୀତ ଓ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସୀମା ପଧାନ, ପ୍ରତିଜ୍ଞା ନାଏକ, ଅଞ୍ଜୁ ପଧାନ, ପ୍ରିୟା ପଧାନ, ସୁନୀତା ଭୋଇ, ପୂଜା ପଧାନ, ମନୀଷା ଜୁଏଡ, ପ୍ରାଚିରାଣୀନାଏକ, ପ୍ରତିକ୍ଷା ପଧାନ, ରିୟା ପଧାନ, ଛବିରାଣୀ ଛତ୍ରିଆ ଓ ଇନ୍ଦ୍ରମଣୀ ଜୁଏଡଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଛାତ୍ରୀ ମୌସୁମୀ ପଧାନଙ୍କୁ ସ୍ବତନ୍ତ୍ରଭାବେ ପୁରସ୍କୃତ କରାଯାଇଥିଲା ।