Posted inଖେଳ

ଭର୍ଷ୍ଟାପେନଙ୍କୁ ବ୍ରାଜିଲିଆନ ଗ୍ରଁ। ପ୍ରି ଟାଇଟଲ

ସାଓ ପାଉଲୋ, ୧୯।୧୧ (ଏଏଫ୍‌ପି)- ରେଡ୍‌ ବୁଲ୍ସ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଏଠାରେ ଅନୁଷ୍ଠିତ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ଭର୍ଷ୍ଟାପେନଙ୍କ କ୍ୟାରିୟରରେ ଏହା ମୋଟ୍‌ ୮ମ ଫର୍ମୁଲା ଓ୍ବାନ୍‌ ଟାଇଟଲ୍‌ ବିଜୟ ଥିଲା। ଏହି ରେସ୍‌ରେ ଫେରାରୀର ଉଭୟ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଓ ଚାର୍ଲସ ଲେକ୍ଲିୟରଙ୍କ ମଧ୍ୟରେ ଦୁର୍ଘଟଣା ଘଟିବା ସବୁଠାରୁ ଚର୍ଚ୍ଚାର ବିଷୟ ରହିଥିଲା। ଏହାପରେ ଉଭୟ ଭେଟେଲ ଓ ଚାର୍ଲସ ରେସ୍‌ରୁ ରିଟାୟାର୍ଡ ନେଇଯାଇଥିଲେ। ଛ’ଥରର ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ୍‌ଙ୍କ ପାଇଁ ମଧ୍ୟ ଏହି ରେସ୍‌ ନୈରାଶ୍ୟଜନକ ରହିଥିଲା। ସେ ରେସ୍‌ର ୭ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
କିଲୋମିଟର ବିଶିଷ୍ଟ ଏହି ରେସ୍‌କୁ ୨୨ ବର୍ଷୀୟ ଡଚ୍‌ ଡ୍ରାଇଭର ଭର୍ଷ୍ଟାପେନ ୧ ଘଣ୍ଟା ୩୩ ମିନିଟ୍‌ ୧୪.୬୭୮ ସେକେଣ୍ଡରେ ଫିନିଶ୍‌ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ପ୍ରତି ଲ୍ୟାପ୍‌ର ଲେନ୍ଥ୍‌ ୪.୩୦୯ କି.ମି. ହୋଇଥିବାବେଳେ ରେସ୍‌ ମୋଟ୍‌ ୭୧ ଲ୍ୟାପ୍‌ବିଶିଷ୍ଟ ରହିଥିଲା। ସିଜନରେ ଭର୍ଷ୍ଟାପେନଙ୍କ ଏହା ୩ୟ ଟାଇଟଲ୍‌ ଥିଲା। ପୂର୍ବରୁ ସେ ଅଷ୍ଟ୍ରିଆ ଓ ଜର୍ମାନୀ ଗ୍ରଁା ପ୍ରି ଟାଇଟଲ୍‌ ହାସଲ କରିସାରିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଫେରାରୀ ଡ୍ରାଇଭରଙ୍କ ମଧ୍ୟରେ ଦୁର୍ଘଟଣାର ଫାଇଦା ଭର୍ଷ୍ଟାପେନଙ୍କୁ ମିଳିଥିଲା। ଟୋରୋ ରୋସୋ-ହୋଣ୍ଡା ଡ୍ରାଇଭର ପିଏରେ ଗାସ୍‌ଲୀ ଭର୍ଷ୍ଟାପେନଙ୍କଠାରୁ +୬.୦୭୭ ସେକେଣ୍ଡ ଅଧିକ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ମର୍ସିଡିଜ୍‌ର ହାମିଲଟନ ୩ୟ ସ୍ଥାନରେ ରହିଥିଲେ ମଧ୍ୟ ରେଡ୍‌ ବୁଲ୍ସ ତଥା ଥାଇଲାଣ୍ଡ ଡ୍ରାଇଭର ଆଲେକ୍ସଜାଣ୍ଡର ଆଲ୍‌ବନଙ୍କ ସହ ଦୁର୍ଘଟଣା ଯୋଗୁ ରେସ୍‌ ପରେ ତାଙ୍କୁ ୫ ସେକେଣ୍ଡ ପେନାଲ୍ଟିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ହାମିଲଟନ ୭ମ ସ୍ଥାନକୁ ଖସିଯାଇଥିଲେ। ଏହାର ଫାଇଦା ମ୍ୟାକ୍‌ଲରେନ-ରେନଲ୍ଟ ଡ୍ରାଇଭର କାର୍ଲୋସ ସାଇଞ୍ଜଙ୍କୁ ମିଳିଥିଲା ଏବଂ ସେ ୩ୟ ସ୍ଥାନକୁ ଉଠିଥିଲେ। ଫର୍ମୁଲା ଓ୍ବାନ୍‌ରେ କାର୍ଲୋସଙ୍କ ଏହା ପ୍ରଥମ ପୋଡିୟମ ଫିନିଶ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri