ଭରତପୁର ଚୋରି ଘଟଣା: ୨ ଗିରଫ

ଆଳି, ୨୬।୯ (ଡି.ଏନ୍‌.ଏ.): ଆଳି ଥାନା ଅଧୀନ ଭରତପୁର ଗ୍ରମର ଦୁଇ ଜଣଙ୍କ ଘରୁ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଟ୍ଟାମୁଣ୍ଡାଇ ବଡମୂଳବସନ୍ତର ମୁନା ଦାସ ଓ ଭଦ୍ରକ ଧାମନଗରର ନୂଆପଡା ଗ୍ରାମର ବବ ଦାସ। ମଙ୍ଗଳବାର ରାତିରେ ପାଟ୍ରୋଲିଂ ବେଳେ ପୋଲିସ ମୁନା ଓ ବବଙ୍କୁ ସନ୍ଦେହରେ ଉଠାଇ ଆଣି ପଚରଉଚୁରା କରୁଥିଲା। ଉଭୟେ ଭରତପୁର ଡକାୟତି ଘଟଣାରେ ସାମିଲ ଥିବା ପୋଲିସ ଜାଣିପାରିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଏମାନେ ଆଳି ଥାନା ମୂଳସାହି ଗ୍ରାମ ଚୋରି ଘଟଣା ଏବଂ ରାଜକନିକା ଓ ପଟ୍ଟାମୁଣ୍ଡା ଅଞ୍ଚଳରେ ହୋଇଥିବା ଏକାଧିକ ଚୋରିରେ ସାମିଲ ଥିବା ଆଇଆଇସି ସଲିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭରତପୁର ଚୋରି ଘଟଣାରେ ପୋଲିସ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିଲା।