ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ

ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍‌ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ ଶ୍ରମିକଙ୍କ ଗୋଟିଏ ହାତ ଓ ଶରୀରର କିଛି ଅଂଶ ମିଳିଥିବା ଜଣାପଡ଼ିଛି। ତେବେ ଏହା କାହାର ଏଯାବତ୍‌ ଚିହ୍ନଟ କରାଯାଇ ପାରିନାହିଁ।
ପ୍ରକାଶ ଯେ, ଗତ ମଙ୍ଗଳବାର ରାତିରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଅତଡ଼ା ଖସି ପଡ଼ିଥିଲା। ଏ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୂର୍ବରୁ ୩ ଶ୍ରମିକଙ୍କ ମୃତଦେହ ଏନ୍‌ଡିଆର୍‌ଏଫ ଓ ଏମ୍‌ସିଏଲ୍‌ର ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କରାଯାଇଥିଲା।