ଭବିଷ୍ୟତର ପୂର୍ବାନୁମାନ

ଆକାର ପଟେଲ
ଭବିଷ୍ୟତ ସମ୍ବନ୍ଧରେ ପୂର୍ବାନୁମାନ କରିବା ସବୁବେଳେ କଷ୍ଟକର ବୋଲି କୁହାଯାଏ। କିନ୍ତୁ ପରିବର୍ତ୍ତନର ହାର ସମ୍ବନ୍ଧରେ ପୂର୍ବାନୁମାନ କରିବାର ଗୋଟିଏ ଉପାୟ ଅଛି। ଏହାକୁ କୁହାଯାଏ ‘ମୁର୍‌ଙ୍କ ନିୟମ’, ଯାହା କମ୍ପ୍ୟୁଟର ଚିପ୍‌ କମ୍ପାନୀ ଇଣ୍ଟେଲର ପ୍ରତିଷ୍ଠାତା ଗର୍ଡନ ମୁର୍‌ଙ୍କ ନାମରେ ନାମିତ। ପ୍ରାୟ ୫୦ ବର୍ଷ ତଳେ ସେ ଦେଖିଲେ ଯେ, ଏକା ମୂଲ୍ୟରେ ଉପଲବ୍ଧ କମ୍ପ୍ୟୁଟିଂ ପାଓ୍ବାର ପ୍ରାୟ ପ୍ରତି ୧୮ ମାସରେ ଦ୍ୱିଗୁଣିତ ହେଉଛି। ଗୋଟିଏ ଚିପ୍‌ ଉପରେ ଲଗାଯାଇପାରୁଥିବା ଟ୍ରାଞ୍ଜିଷ୍ଟର ସଂଖ୍ୟା ଉପରେ ଏହା ପର୍ଯ୍ୟବସିତ। ଏହା ନିଉଟନଙ୍କ ଗତି ନିୟମ ପରି ଏକ ନିୟମ ନୁହେଁ, ବରଂ ଏକ ପର୍ଯ୍ୟବେକ୍ଷଣ ମାତ୍ର। ତେବେ ମୁର୍‌ ଯେଉଁ ପୂର୍ବାନୁମାନ କରିଥିଲେ ତାହା ଗତ ୫୦ ବର୍ଷ ଭିତରେ ସତ୍ୟ ବୋଲି ପ୍ରମାଣିତ ହୋଇଛି। କମ୍ପ୍ୟୁଟିଂ ପାଓ୍ବାର ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ହାରରେ ବୃଦ୍ଧି ପାଉଛି ଏବଂ ଏହାଦ୍ୱାରା ଅନ୍ୟ ଅନେକ ବିଷୟରେ ପୂର୍ବାନୁମାନ କରିବା ସମ୍ଭବ ହେଉଛି। ଏପରି ଠିକ୍‌ ପୂର୍ବାନୁମାନ କରୁଥିବା ବିଖ୍ୟାତ ବ୍ୟକ୍ତି ହେଉଛନ୍ତି ରେ’ କୁର୍ଜଓ୍ବେଲ, ଯିଏ କି ଜଣେ ଉଦ୍ଭାବକ ଏବଂ ବର୍ତ୍ତମାନ ଗୁଗ୍‌ଲ ପାଇଁ କାମ କରୁଛନ୍ତି। ତାଙ୍କର ନଷ୍ଟ୍ରାଦମସ୍‌ଙ୍କ ପରି ବ୍ୟକ୍ତିତ୍ୱ ଏବଂ ସେ ଦୀର୍ଘକାଳ ହେଲା ଅତ୍ୟନ୍ତ ନିର୍ଭୁଲ ଭାବେ ପୂର୍ବାନୁମାନ କରିପାରୁଛନ୍ତି। ତାଙ୍କର ପ୍ରଥମ ପୁସ୍ତକ ହେଉଛି ‘ଦ ଏଜ୍‌ ଅଫ୍‌ ଇଣ୍ଟଲିଜେଣ୍ଟ ମେଶିନ୍ସ’, ଯାହାକୁ ସେ ୧୯୮୦ ଦଶକର ଶେଷ ଭାଗରେ ଲେଖିବାକୁ ଆରମ୍ଭ କରିଥିଲେ। ମୁର୍‌ଙ୍କ ନିୟମର ଏକ ସଂସ୍କରଣ ବ୍ୟବହାର କରି କୁର୍ଜଓ୍ବେଲ ପୂର୍ବାନୁମାନ କରିଥିଲେ ଯେ, ୧୯୯୮ ସୁଦ୍ଧା କମ୍ପ୍ୟୁଟର ଚେସ୍‌ ଖେଳରେ ବିଶ୍ୱ ଚାମ୍ପିୟନ୍‌ଙ୍କୁ ହରାଇ ଦେଇପାରିବ। ତା’ର ଗୋଟିଏ ବର୍ଷ ପୂର୍ବରୁ ଗାରି କାସ୍ପାରୋଭ ଆଇବିଏମ୍‌ର କମ୍ପ୍ୟୁଟର ‘ଡିପ୍‌ ବ୍ଲୁ’ ଦ୍ୱାରା ପରାଜିତ ହେଲେ। ୨୦୧୦ ପୂର୍ବରୁ ଓ୍ବାଇଫାଇ ନେଟ୍‌ଓ୍ବାର୍କରେ ଗୁଗ୍‌ଲ ଚାଲିବ ବୋଲି ସେ ପୂର୍ବାନୁମାନ କରିଥିଲେ। ସେ ବିଭିନ୍ନ ପୁସ୍ତକରେ ଲେଖିଥିବା ସମସ୍ତ ୧୪୭ଟି ପୂର୍ବାନୁମାନର ଏକ ତାଲିକା ୨୦୧୦ରେ ପ୍ରସ୍ତୁତ କଲେ। ସେଗୁଡ଼ିକ ମଧ୍ୟରୁ ମାତ୍ର ତିନୋଟି ଭୁଲ୍‌ ପ୍ରମାଣିତ ହେଲା। ତେଣୁ ଆସନ୍ତା ୧୦ ବର୍ଷ ଲାଗି ସେ ଯାହା ପୂର୍ବାନୁମାନ କରିଛନ୍ତି, ତାହା ଆମ ପାଇଁ କୌତୂହଳର ବିଷୟ। କାରଣ ଅତୀତରେ ତାଙ୍କର ପୂର୍ବାନୁମାନ ଯେତେ ସତ ହୋଇଛି, ଭବିଷ୍ୟତରେ ସେତିକି ବା ତା’ଠାରୁ ଅଧିକ ସତ ହେବାର ସମ୍ଭାବନା ଅଛି। ମନେ ରଖିବାକୁ ହେବ ଯେ, ତାଙ୍କର ସବୁ ପୂର୍ବାନୁମାନ କମ୍ପ୍ୟୁଟିଂ ପାଓ୍ବାର ଉପରେ ପର୍ଯ୍ୟବସିତ, ତାହା ତାଙ୍କର କଳ୍ପନା ବା ସ୍ବପ୍ନ ନୁହେଁ। ଉଦାହରଣ ସ୍ବରୂପ, ୩୦ ବର୍ଷ ତଳେ ମିନିଏଚରାଇଜେଶନ ଓ ଟଚ୍‌ ସ୍କ୍ରିନ୍‌ ପ୍ରକ୍ରିୟାରେ ଉନ୍ନତି ଚାଲିଥିବା ବେଳେ ଆଜି ଆମେ ବ୍ୟବହାର କରୁଥିବା ସ୍ମାର୍ଟ ଫୋନ୍‌ଗୁଡ଼ିକ ଶସ୍ତାରେ ଉପଲବ୍ଧ ହେଉଛି। କିନ୍ତୁ ଏପରି ହେବ ବୋଲି ଟେକ୍ନୋଲୋଜି ଦୁନିଆ ବାହାରେ କେହି ବି କଳ୍ପନା କରି ନ ଥିଲେ।
କୁର୍ଜଓ୍ବେଲ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ଦଶନ୍ଧି ଭିତରେ ସବୁ ନ ହେଲେ ବି ଅଧିକାଂଶ ରୋଗ ଆରୋଗ୍ୟସାଧ୍ୟ ହେବ। ତାଙ୍କ ମତରେ ଆମ ରକ୍ତସ୍ରୋତରେ ପ୍ରବେଶ କରିପାରୁଥିବା ନାନୋ-ବଟ୍‌ ବା ଅତି କ୍ଷୁଦ୍ର ରୋବୋ ଯୋଗୁ ଏହା ସମ୍ଭବ ହେବ। ମଣିଷର ଆୟୁଷ କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି ଏବଂ ୧୯୬୦ରେ ଏହା ୪୦ରୁ ଠିକ୍‌ ଉପରେ ଥିବାବେଳେ ବର୍ତ୍ତମାନ ଏହା ୭୦ରୁ ଠିକ୍‌ ତଳେ ରହିଛି। ରୋଗ ନିରାକରଣରେ ଯଥେଷ୍ଟ ଉନ୍ନତି ଘଟିବା ସହ ଆଉ ୩୦ ବର୍ଷ ଭିତରେ ମଣିଷର ହାରାହାରି ଆୟୁଷ ଆହୁରି ୩୦ ବର୍ଷ ବୃଦ୍ଧି ପାଇପାରେ। ଏକ୍ସୋସ୍କେଲିଟନ (ବାହ୍ୟ କଙ୍କାଳ) ଓ କୃତ୍ରିମ ଅଙ୍ଗର ସମାନ୍ତରାଳ ବିକାଶ ମଣିଷକୁ ଭବିଷ୍ୟତରେ ଶତାଧିକ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ଓ କର୍ମଠ ରଖିପାରିବ। ତେଣୁ ମଣିଷର ଅବସର ବୟସ ସୀମା ବିଷୟରେ ପୁନର୍ବିଚାର କରାଯାଇପାରେ।
କୁର୍ଜଓ୍ବେଲ କହନ୍ତି, ଆଭାସୀ ବାସ୍ତବତା (ଭର୍ଚୁଆଲ ରିୟଲିଟି) ଆଗାମୀ ୧୫ ବର୍ଷ ଭିତରେ ଆଉ ପୃଥକ୍‌ ବିବେଚନାଯୋଗ୍ୟ ହେବ ନାହିଁ। ଅର୍ଥାତ୍‌ ଯେଉଁମାନେ ଆଭାସୀ ୩-ଡି ଜଗତରେ ପ୍ରବେଶ କରିବେ, ସେମାନେ ଆମ ପରି ଦେଖିପାରିବେ, ଛୁଇଁପାରିବେ, ଶୁଙ୍ଘିପାରିବେ ଓ ଶୁଣିପାରିବେ। ଅନେକେ ଏପରି କୃତ୍ରିମ ଜଗତରେ ରହିବାକୁ ପସନ୍ଦ କରିବେ, ଯେଉଁଠି ବାସ୍ତବ ଜଗତର କୌଣସି ସମସ୍ୟା ନ ଥିବ। ଆମର ଚେତନା ଡିଜିଟାଲ ଜଗତରେ ମିଶିଯାଇ ପାରିବ, ଯେଉଁଥିରେ ଆମ ନିଜକୁ ନୂଆ ଶରୀରକୁ ଅପ୍‌ଲୋଡ ଓ ଡାଉନଲୋଡ କରିବାର ବିକଳ୍ପ ଥିବ ବୋଲି କୁର୍ଜଓ୍ବେଲ ପୂର୍ବାନୁମାନ କରିଛନ୍ତି।
ଆମେ ବର୍ତ୍ତମାନ ଏକ ପ୍ରକାର ସାଇବର୍ଗ, ଅର୍ଥାତ୍‌ ଅଧା ମଣିଷ ଓ ଅଧା ରୋବୋ। ଆମ ଫୋନ୍‌ ହେଉଛି ଆମର ଏକ ସମ୍ପ୍ରସାରଣ ଏବଂ ଏହା ସାହାଯ୍ୟରେ ଆମେ ପୃଥିବୀର ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବା। ଏହାର ଲୋକେଶନ ସାହାଯ୍ୟରେ ଆମେ ପୃଥିବୀର ଯେକୌଣସି ସ୍ଥାନ ଖୋଜି ପାଇଯିବା। ଆମ ମଧ୍ୟରୁ ୧୯୯୦ ଆଖପାଖର କେତେଜଣ ଲୋକ ଏ ବିଷୟରେ ପୂର୍ବାନୁମାନ କରିପାରିଥିଲେ? ଆମର ବର୍ତ୍ତମାନ ସମସ୍ୟା ହେଉଛି ଡାଟା ଇନ୍‌ପୁଟ୍‌ ରେଟ୍‌, ଅର୍ଥାତ୍‌ ତଥ୍ୟ ଦେବାରେ ଆମେ ମନ୍ଥର କାରଣ ତଥ୍ୟ ଏଣ୍ଟ୍ରି ପାଇଁ ଆମେ କେବଳ ଅଙ୍ଗୁଳି ଟିପ ବ୍ୟବହାର କରୁଛୁ। ଭଏସ୍‌ କମାଣ୍ଡ ସୁବିଧା ଆସିବା ଯୋଗୁ ଏଥିରେ କିଛିଟା ଉନ୍ନତି ଘଟିଛି। କିନ୍ତୁ ଏହାପରେ ଆସିବ ଥଟ୍‌ କମାଣ୍ଡ, ଅର୍ଥାତ୍‌ ଆମେ ଯାହା ଚିନ୍ତା କରିବା ତାହା ମୋବାଇଲରେ ଲେଖି ହୋଇଯିବ। ବର୍ତ୍ତମାନ ଭାରତ ପରି ଗରିବ ଦେଶରେ ବି ଘରେ ଘରେ ସ୍ମାର୍ଟ ଫୋନ୍‌ ଦେଖିବାକୁ ମିଳୁଛି। ଅର୍ଥାତ୍‌ ପ୍ରଯୁକ୍ତି କେବଳ ଧନିକଙ୍କ ପାଇଁ ନୁହେଁ, ଗରିବ ଲୋକ ବି ତାହାଦ୍ୱାରା ଉପକୃତ ହେଉଛନ୍ତି ଓ ଭବିଷ୍ୟତରେ ବି ହେବେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri