ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ପଞ୍ଚମ ଦିବସ: ଗୁଡ୍‌ମର୍ନିଂ କ୍ଲବ ୬-୧ରେ ବିଜୟୀ

ଭବାନୀପାଟଣା,୨୦।୯(ଡି.ଏନ.ଏ.)-ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଗୁରୁବାର ପଞ୍ଚମ ଦିବସରେ ଗୁଡ୍‌ମର୍ନିଂ କ୍ଲବ ବନାମ ଏନ୍‌ଡିସିସି ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଗୁଡ୍‌ ମର୍ନିଂ କ୍ଲବ ୬-୧ ଗୋଲରେ ବିଜୟୀ ହୋଇଥିଲା। ଗୁଡ୍‌ ମର୍ନିଂ କ୍ଲବ ତରଫରୁ ଦେବ ଗଉଡ ୩ ଗୋଲ, ଲିଙ୍ଗରାଜ ସୁନାନୀ ୧ ଗୋଲ, ଟୁନା ଶବର ୧ ଓ ପପୁ ମାଝି ୧ ଗୋଲ ଦେଇଥିଲେ। ଏନ୍‌ଡିସିସି ତରଫରୁ ଅଜିତ୍‌ ଗୋଟାଏ ଗୋଲ ଦେଇଥିଲେ। ଫଳରେ ଗୁଡ୍‌ମର୍ନିଂ କ୍ଲବ ବିଜୟୀ ହୋଇଥିଲା। ପଞ୍ଚମ ଦିବସ ମ୍ୟାଚ୍‌ରେ ଅତିଥି ଭାବେ ରାଜିବ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ପଞ୍ଚମ ଦିବସରେ ଅର୍ନ୍ତଜାତୀୟ ଫୁଟବଲ ରେଫରି ନବୀନ ନାଏକ, ମନୋଜ କୁମାର ବିଶ୍ୱାଳ, ପିଭି ରାଓ, ଦେବେନ୍ଦ୍ର ରାଉତ୍‌ ପ୍ରମୁଖ ଖେଳ ପରିଚାଳନା କରିଥିଲେ। କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

ପୂର୍ବତନ ସମିତିସଭ୍ୟ ସୁବାସ ସେଠୀଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁବାସ ସେଠୀଙ୍କ ୮୧ ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ତାଙ୍କ…

ଜଗନ୍ନାଥପୁର ଛକରେ ଇ-ରିକ୍ସାକୁ ଧକ୍କା ଦେଲା କାର୍‌, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଳକଙ୍କୁ…

ଭୋଗରାଇ, ୩ l୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଜଗନ୍ନାଥପୁର ଛକଠାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ କାର ସହିତ…

ଜଳୁଛି ଜାଗୁଳାଇପାଟଣା ଜଗନ୍ନାଥ ମନ୍ଦିର ପଛପଟ ଜଙ୍ଗଲ, ପହଞ୍ଚିଲା ଅଗ୍ନିଶମ ବିଭାଗ

ଖୋର୍ଦ୍ଧା,୩।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ପଛ ପଟେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ…

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା: ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ୪ ସାଇବର ଠକ ଗିରଫ

ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର ଠକେଇ ମାମଲାରେ ମଙ୍ଗଳବାର ୪ ଜଣକୁ ଗିରଫ କରି କୋର୍ଟ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri