ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ: ଗୋଲଡେନ୍‌ ଏଫ୍‌ସି ୬-୦ ଗୋଲରେ ବିଜୟୀ

ଭବାନୀପାଟଣା,୨୭।୯(ଡି.ଏନ.ଏ.)-ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଗୁରୁବାର ଦ୍ୱାଦଶତମ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ ବନାମ ଗୋଲଡେନ୍‌ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଣ୍ଡିଆନ୍‌ କ୍ଲବକୁ ଗୋଲଡେନ୍‌ ଏଫ୍‌ସି ୬ ଗୋଲ ଦେଇ ୬-୦ରେ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅତିଥି ଭାବେ ପୂର୍ବତନ ରାଜ୍ୟସ୍ତରିୟ ଫୁଟବଲ ଓ ଭଲିଭଲ ଖେଳାଳି ଲଡୁକେଶ୍ୱର ମିଶ୍ର ଯୋଗଦେଇଥିଲେ। ଜିତେନ୍ଦ୍ର କୁମାର ରଥ, ରଞ୍ଜନ ଦାସ, ଦେବେନ୍ଦ୍ର ରାଉତ ଓ ହର ପଟେଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ଧିରେନ ପଟ୍ଟନାୟକ, ରାଜିବ ସାହୁ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ।