ଭଦ୍ରକ ସହରରେ ଲକ୍‌ଡାଉନ୍‌: ନିୟମ ଉଲ୍ଲଂଘନ କରି ୩, ଗୁଜବ ପ୍ରଚାର କରି ୧ ଗିରଫ

ଭଦ୍ରକ ଅଫିସ, ୨୫।୩: ଭଦ୍ରକ ସହରରେ ଲକ୍‌ଡାଉନ୍‌ ନିୟମ ନ ମାନି ପୋଲିସ ଦ୍ୱାରା ତିନି ଜଣ ଗିରଫ ହୋଇଛନ୍ତି। ଟାଉନ ପୋଲିସ ପଇଁତରା ମାରୁଥିବା ସମୟରେ ଏମାନେ କିଏ ଦୋକାନ ଖୋଲି ଗିରଫ ହୋଇଛନ୍ତି ତ ଅନ୍ୟ କିଏ ସହରରେ ଅନ୍ୟଥା ବାଇକ୍‌ରେ ବୁଲୁଥିବା ବେଳେ ଗିରଫ ହୋଇଛନ୍ତ। ସେହିଭଳି ଧାମନଗର ପୋଲିସ ଦ୍ୱାରା ଜଣେ ଯୁବକ ଗୁଜବ ପ୍ରଚାର କରି ଗିରଫ ହୋଇଥିବା ଜଣାପଡିଛି।