ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ଭଦ୍ରକ ଅଫିସ,୨୨।୪ – ବୁଧବାର ସକାଳୁ ଭଦ୍ରକ ଜିଲାରେ ଆଉ ତିନି କରୋନା ରୋଗୀ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲା କରୋନା ପିଜିଟିଭ ସଂଖ୍ୟା ୧୧ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ତିନି ଜଣ ବାସୁଦେବପୁର ବ୍ଲକର ବୋଲି ସୂଚନା ମିଳିଛି। ଏମାନଙ୍କର ମଧ୍ୟ କଲିକତା ଲିଙ୍କ ଥିବା କୁହାଯାଇଛି।