ଭଦ୍ରକରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭଦ୍ରକ ଅଫିସ,୧।୫ – ଭଦ୍ରକ ଜିଲାରେ କେନ୍ଦ୍ରର ୩ ଜଣିଆ ରାପିଡ୍‌ ରେସ୍‌ପନ୍ସ ଟିମ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି। ଏହି ଟିମ ପ୍ରଥମେ ଭଦ୍ରକ ରେ ପହଞ୍ଚିି ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ ଆର୍ଯ୍ୟ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାରେ ମହାମାରୀ କରୋନା ଯେପରି ବ୍ୟାପି ଚାଲିଛି। ତାକୁ କେମିତି ରୋକା ଯାଇପାରିବ ଓ ଜିଲାରେ ୨୧ ଗୋଟି କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ କିପରି ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ତାହା ଉପରେ ଆଲୋଚନା କରିଥିଲେ। ତେବେ ଜିଲାରେ ପଶ୍ଚିମବଙ୍ଗ ଲିଙ୍କ ଓ ସେମାନଙ୍କ ସଂଖ୍ୟା ଓ ସ୍ବାବ ପରୀକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ।

ଜିଲାରେ ମୋଟ ୧୯ଟି କରୋନା ପଜିଟିଭ୍‌ ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାକୁ ନେଇ ୩୨ଟି ପଞ୍ଚାୟତକୁ ସର୍ଭିଲାନ୍ସ ଜୋନ୍‌ ଓ ୨୧ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଚି଼ହ୍ନଟ କରାଯାଇଛି। ଏହି କେନ୍ଦ୍ରୀୟ ଟିମ ଶୁକ୍ରବାର ଓ ଶନିବାର ଜିଲାରେ ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ବୁଲିବା ସହ ସର୍ଭିଲାନ୍ସ ଜୋନରେ କିପରି ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ସେ ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି।